ଭୁବନେଶ୍ୱର: ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ମାମଲା ଏବେ ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଭିନ୍ନ ଦଳ ଏବେ ଘଟଣାକୁ ନେଇ ରାଜନୈତିକ ରୁଟି ସେକିବାକୁ ଆରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କୁ ଘେରିବାକୁ ଆରମ୍ଭ କରିଛନ୍ତି ବିଜୁ ଜନତା ଦଳ ଓ କଂଗ୍ରେସ । କୁନ୍ଦୁଲି ଦୁଷ୍କର୍ମ ଏବଂ ମମିତା ମେହର ହତ୍ୟାକାଣ୍ଡ ଭଳି ମାମଲାରେ ଆଖି ବୁଜିଦେଇଥିବା ସେହି ନବୀନ ପଟ୍ଟନାୟକ ଏବେ ମେଜର ବାନ୍ଧବୀଙ୍କୁ ନେଇ କୁମ୍ଭୀର କାନ୍ଦଣା ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ କଡ଼ା ସମାଲୋଚନା କରିଛି ବିଜେପି । ଦଳର ମୁଖପାତ୍ର ଅନୀଲ ବିଶ୍ୱାଳ କଟାକ୍ଷ କରି କହିଛନ୍ତି ଯେ ମଦୁଆ କରୁଛି ନିଶା ନିବାରଣ ।
ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ ଯେଉଁ ବିଜେଡ଼ି ସରକାର ବେଳେ ମହିଳା ବିରୋଧୀ ଅପରାଧ ଚରମ ସୀମାରେ ପହଁଚିଥିଲା ସେହି ବିଜେଡ଼ି ଏବେ ରାଜନୈତିକ ଫାଇଦା ଉଠାଉଛନ୍ତି । ସେତେବେଳେ ଯେଉଁମାନେ ରାଜନୈତିକ ପୃଷ୍ଠ ପୋଷକତାରେ ଅପରାଧ କରୁଥିଲେ ସେମାନଙ୍କୁ ଛାଡ଼ି ଦିଆଯାଉଥିଲା ସେମାନଙ୍କୁ ଛାଡ଼ି ଦିଆଯାଉଥିଲା ବୋଲି କହିଛନ୍ତି ଅନୀଲ ବିଶ୍ୱାଳ । ଉଭୟ ବିଜେଡ଼ି ଏବଂ କଂଗ୍ରେସ ରାଜନୈତିକ ଫାଇଦା ଉଠାଉଛନ୍ତି ବୋଲି ସେ କହିଛନ୍ତି । ବିଶ୍ୱାଳ କଟାକ୍ଷ କରି ସେ କହିଛନ୍ତି ଯେ ମଦୁଆ କରୁଛି ନିଶା ନିବାରଣ, ଯାଦୁଆ ବିକୁଛି ଯାଦୁ ମଲମ ।
ସେହିପରି ଦଳର ନେତା ମନୋଜ ମହାପାତ୍ର ମଧ୍ୟ ଦୁଇ ବିରୋଧୀ ଦଳ ଉପରେ ଖୁବ୍ ବର୍ଷିଛନ୍ତି । ଏଭଳି ଘଟଣାରେ ରାଜନୀତି ନ କରିବାକୁ ସେ କହିଛନ୍ତି । ପୂର୍ବ ବିଜେଡ଼ି ସରକାରର ଗୋଟି ଗୋଟି କରି ଚିଠା ଖୋଲିଛନ୍ତି ମନୋଜ ମହାପାତ୍ର କହିଛନ୍ତି । ନବୀନ ସରକାର ବେଳରେ ହୋଇଥିବା କୁନ୍ଦୁଲି ଦୁଷ୍କର୍ମଠାରୁ ଆରମ୍ଭ କରି ମମିତା ମେହର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ସମସ୍ତ ଅପରାଧର ଗଣାଇଛନ୍ତି ବିଜେପି ନେତା । ସେ ଆହୁରି କହିଛନ୍ତି ଯେ ଯେଉଁ ବିଜେଡ଼ି ନେତ୍ରୀଙ୍କର ପ୍ରାଣ କାନ୍ଦୁଛି ସେତେବେଳେ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ।
ମନୋଜ ମହାପାତ୍ର କହିଛନ୍ତି, ବିଜୁ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ୩୫ ବର୍ଷ ସରକାର ଓଡ଼ିଶାକୁ ତଳିତଳାନ୍ତ କରିଦେଇଛି । ସଇତାନ ଏବେ ବେଦ ପାଠ କରୁଛି କହି ବର୍ଷିଛନ୍ତି ବିଜେପି ନେତା । ସେ ଆଶ୍ୱାସନା ଦେଇ କହିଛନ୍ତି ଯେ ଧୈର୍ଯ୍ୟ ଧରନ୍ତୁ, ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।