ନୂଆଦିଲ୍ଲୀ: ଦେଶର ସୀମା ଜମ୍ମୁ କାଶ୍ମୀରରେ ଆରମ୍ଭ ହୋଇଯାଇଛି ଗଣତନ୍ତ୍ରର ମହା ପର୍ବ ନିର୍ବାଚନ । ଗତକାଲି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଉ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ଜମ୍ମୁ କାଶ୍ମୀର ଗସ୍ତ କରିଛନ୍ତି । ସାଧାରଣ ସଭାରେ ମୋଦୀ ପୁଣି ଥରେ ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସକୁ ଭୋଟ ଦେଲେ ସିଧା ସଳଖ ଧାରା ୩୭୦କୁ ପୁନସ୍ଥାପିତ କରିବା, ଯାହା ଉପତ୍ୟକାକୁ ପୁଣି ଥରେ ହିଂସାକୁ ଆଡ଼କୁ ନେଇ ଯିବ ବୋଲି ମୋଦୀ ସିଧାସଳଖ କହିଛନ୍ତି ।
ଜମ୍ମୁ କାଶ୍ମୀର କାତ୍ରାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କଂଗ୍ରେସ ଏବଂ ନାସନାଲ କନଫରେନ୍ସର ମେଣ୍ଟ ଉପରେ ବର୍ଷିଛନ୍ତି । ମୋଦୀ ତାଙ୍କ ଭାଷଣରେ ଦୁଇ ଦଳର ମେଣ୍ଟରେ ପଡ଼ୋଶୀ ପାକିସ୍ତାନ ବହୁତ ଖୁସି ହେଉଛି । କଂଗ୍ରେସର ସଂକଳ୍ପ ପତ୍ରକୁ ନେଇ ପାକିସ୍ତାନ ପୂର୍ଣ୍ଣ ସମର୍ଥନ କରୁଛି । ପାକ ପ୍ରତିରକ୍ଷା ମନ୍ତ୍ରୀ ଖୁଲମଖୁଲା କଂଗ୍ରେସକୁ ସମର୍ଥନ କରୁଛନ୍ତି । ଏହି ମେଣ୍ଟର ଯୋଜନା ପାକିସ୍ତାନର ଯୋଜନା ସହିତ ସମାନ ।
ମୋଦୀ ଜନତାଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ଚଳିତ ନିର୍ବାଚନ ଜମ୍ମୁ କାଶ୍ମୀରର ଭବିଷ୍ୟତ ନିର୍ଦ୍ଧାରଣ କରିବ । ତିନି ଦଳ କଂଗ୍ରେସ, ଏନସି ଏବଂ ପିଡିପିର ପରିବାଦ ରାଜ୍ୟକୁ ଧ୍ୱଂସ କରି ଦେଇଛି ।
ଜମ୍ମୁ କାଶ୍ମୀରର ତିନୋଟି ପର୍ଯ୍ୟାୟରେ ମତଦାନ ହେଉଛି । ସେପ୍ଟେମ୍ବର ୧୮ ରେ ପ୍ରଥମା ପର୍ଯ୍ୟାୟ ମତଦାନ ସରିଥିବାବେଳେ ସେପ୍ଟେମ୍ବର ୨୫ ଏବଂ ଅକ୍ଟୋବର ୧ରେ ୨ୟ ଏବଂ ୩ୟ ପର୍ଯ୍ୟାୟ ମତଦାନ ଯଥାକ୍ରମେ ଅନୁଷ୍ଠିତ ହେବ । ଆସନ୍ତା ଅକ୍ଟୋବର ୮ରେ ଭୋଟ ଗଣତି କରାଯିବ ।