ଆସନ୍ତା କାଲି ମୋହନ ସରକାର କୁ ପୁରିବ ୧୦୦ ଦିନ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୦ ୨୧ ୨୨ ତିନି ଦିନ ଧରି ରାଜ୍ୟବ୍ୟାପୀ ବିଜେପି ନିଜ ସରକାରର ପ୍ରଥମ ପାଳିର ୧୦୦ ଦିନ ପୂର୍ତ୍ତି ଧୂମଧାମରେ ପାଳନ କରିବ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜେପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସେଥିରେ ମନ୍ତ୍ରୀ ପରିଷଦର ସଦସ୍ୟ ଉପସ୍ଥିତ ରହିବ। ପୁରୀର ଶରଧାବାଲି ରେ କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ଅନୁଷ୍ଠିତ ହେବ । ଆମେ ଇସ୍ତାହାରରେ ଯାହା କହିଥିଲୁ ତାହାକୁ ଶହେ ଦିନରେ ପାଳନ କରିଛୁ । ଏନଡିଏ ସରକାର ବି କେନ୍ଦ୍ରରେ ଦେଶ ବାସୀଙ୍କୁ ଦେଇଥିବା କଥା ରକ୍ଷା କରିଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି ।
ଏଥିସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେଲେ ବଡ ବାର୍ତ୍ତା ଦେଇ କହିଛନ୍ତି ଯେ ସେ ଦିଗରେ ବି କାର୍ଯ୍ୟ କରୁଛୁ। ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି ।ଟଙ୍କା ଫେରସ୍ତ ନେଇ କମିଟି ଆଇନଗତ ତର୍ଜମା କରୁଛି । ଆଉ କିଛି କାର୍ଯ୍ୟ ବାକି ରହିଛି ଶେଷ ହେଲେ ସମସ୍ତ ଙ୍କୁ ଅର୍ଥ ମିଳିବ ।