ଜଗତସିଂହପୁର: ବିଜେଡ଼ି ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ଭରା ସଭାରେ ରାଜ୍ୟରେ ଉପ ନିର୍ବାଚନ ହେବ ବୋଲି ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାର ଜବାବ ରଖିଛନ୍ତି ବିଜେପି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ଦେବାଶିଷ ସାମନ୍ତରାୟ ଦିନରେ ଦିବା ସ୍ୱପ୍ନ ଦେଖୁଛନ୍ତି ବୋଲି କହି କଟାକ୍ଷ କରିଛନ୍ତି ଅମରେନ୍ଦ୍ର ।
ଅମରେନ୍ଦ୍ର ଦାସ କହିଛନ୍ତି ଯେ ଉପ ନିର୍ବାଚନ ପାଇଁ ଦେବାଶିଷ ସାମନ୍ତରାୟ ଦିବା ସ୍ୱପ୍ନ ଦେଖୁଛନ୍ତି । ସେ ଆଗରୁ ମଧ୍ୟ ଏମିତି ଅନେକ ଭବିଷ୍ୟବାଣୀ ଦେଇଛନ୍ତି । ନିର୍ବାଚନରେ ବିଜେଡ଼ି ୧୧୦ ଆସନ ଜିତିବ ବୋଲି ମଧ୍ୟ ଦେବାଶିଷ ବାବୁ କହିଥିଲେ । ସେଥିପାଇଁ ତାଙ୍କ କଥାରେ କୌଣସି ସତ୍ୟତା ନ ଥାଏ ବୋଲି କହିଛନ୍ତି ଅମରେନ୍ଦ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ ଦେବାଶିଷ ସାମନ୍ତରାୟ ଏକ ସଭାରେ କହିଥିଲେ ଯେ ଓଡ଼ିଶାରେ ଉପ ନିର୍ବାଚନ ହେବ । ଦେବାଶିଷ କହିଥିଲେ ଯେ ସେ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ଯେ ବିଜେପିର ୭ ଜଣ ବିଧାୟକ ଆସିବେ । ଯଦି ହେବ କଂଗ୍ରେସରୁ ମଧ୍ୟ ନେତା ଆସିବେ । ଉପ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ ବୋଲି ଦେବାଶିଷ କହିଥିଲେ । ତେବେ ଏହି ପରିପ୍ରେକ୍ଷୀରେ ଏବେବି ପାଣ୍ଡିୟାନ ନବୀନ ନିବାସ ଆସୁଥିବା କହିଛନ୍ତି । ଖାଲି ସେତିକି ନୁହେଁ ନବୀନ ପଟ୍ଟନାୟକ ଔଷଧ ଖାଉଛନ୍ତି କି ନାହିଁ ବୁଝିବା ପାଇଁ ପ୍ରତ୍ୟେକ ଦିନ ପାଣ୍ଡିୟାନ ବାବୁ ଆସୁଛନ୍ତି ବୋଲି କହିଥିଲେ ।