ଖବର ଓଡ଼ିଶା : ଶନିବାର ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏଣିକି ରିଲିଫ୍ କୋଡ୍ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ ରିଲିଫ୍ କୁହାଯିବ ନାହିଁ , ଏହାକୁ ବିପର୍ଯ୍ୟୟ ଅଧିକାର ରାଶି କୁହାଯିବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା ମନ୍ତ୍ରୀ କହିଛନ୍ତି।
ବନ୍ଯା ବାତ୍ଯା ସମୟରେ ଅସହାୟ ଓ ବିପନ୍ନଙ୍କୁ ଦିଆଯାଉଥିବା ଖାଦ୍ୟ ସାମଗ୍ରୀ ଓ ଚଳନୀୟ ବ୍ଯବହାର ଜିନିଷକୁ ରିଲିଫ କୁହାଯାଏ। ତେଣୁ ଏହାର ନାମ ବଦଳାଇ ବିପର୍ଯ୍ୟୟ ଅଧିକାର ରାଶି କୁହାଯିବ।