୪୮ ଘଂଟା ମଧ୍ୟରେ ଗୋଆ ସମେତ ଏହି ସବୁ ଅଂଚଳକୁ ଛୁଇଁବ ମୌସୁମୀ
Khabar Odisha:national-odisha-monsoon-2019-in-india-live-news-and-updates-imd-says-southwest-monsoon-to-hit-maharashtra-by-21-june
ନୂଆଦିଲ୍ଲୀ, ଜୁନ ୧୮ (ଖବର ଓଡିଶା) :

ଆସନ୍ତା ୨-୩ ଦିନ ମଧ୍ୟରେ ଗୋଆ ଏବଂ କୋଙ୍କଣ ଛୁଇଁବ ମୌସୁମୀ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜୁନ ୨୪-୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସମସ୍ତ ଅଂଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇ ଗଲାଣି । ଉତର ଭାରତର ବହୁ ଅଂଚଳରେ ମଧ୍ୟ ବର୍ଷା ହେବା ଆରମ୍ଭ ହୋଇ ଗଲାଣି । ତେବେ ଦଶେରେ ମୌସୁମୀ କର୍ଣ୍ଣାଟକ, ମସୁରୀ ଏବଂ ପୂର୍ବତଟରେ ଗ୍ୟାଙ୍ଗଟକ ପର୍ଯ୍ୟନ୍ତ ପହଁଚି ସାରିଲାଣି । 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜୁନ ୧୯ ପର୍ଯ୍ୟନ୍ତ ଦିଲ୍ଲୀ, ନୋଏଡା, ଗୁରୁଗ୍ରାମ, ଫରିଦାବାଦ ଏବଂ ଗାଜିଆବାଦରେ ପ୍ରବଳ ଝଡ ତୋଫାନ ସହ ବର୍ଷା ଜାରୀ ରହିଛି । ତେବେ ଖରିଫ୍ ଫସଲ ପାଇଁ ଏହା ବେଶ୍ ଲାଭଦାୟକ ହୋଇ ପାରେ । କିନ୍ତୁ ପଶ୍ଚିମୀ ମୌସୁମୀର ଗତି ଧୀର ହେବା କାରଣରୁ ବର୍ଷାରେ ୪୩ ପ୍ରତିଶତ ହ୍ରାସ ପାଇଛି । 

Subscribe

National International State Sports Entertainment