ହୁତୁହୁତୁ ହୋଇ ଜଳିଲା ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ହୋଇଥିବା ବସ। ନିଆଁର ପ୍ରଭାବ ଏତେ ଅଧିକ ଥିଲା ବସ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ନିର୍ବାଚନୀ ଡ୍ୟୁଟି ସାରି ବହୁ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ଧରି ବସ୍ଟି ଫେରୁଥିବା ବେଳେ ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଏହି ଅଘଟଣ ଘଟିଛି। ବସ୍ରେ ଥିବା ଇଭିଏମ ଓ VVPAT ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ଭାଗ୍ୟ ବସତ ବସରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି।
ସୂଚନା ଅନୁସାରେ , ଦେଶର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ମଧ୍ୟପ୍ରଦେଶର ୯ ଲୋକସଭା ସିଟ୍ରେ ଭୋଟ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ବୈତୁଲ ଜିଲ୍ଲାର ସାଇଁଖେଡାର ପୌନି ଗାଁ ମଧ୍ୟରେ ନିର୍ବାଚନୀ ଡ୍ୟୁଟିରେ ବ୍ୟବହାର ହୋଇଥିବା ବସଟି ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେବେ ବସରେ ନିଆଁ ଲାଗିବ ଫଳରେ ବସ୍ରେ ଥିବା ଇଭିଏମ ଓ VVPAT ଜଳି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ବହୁ ସମୟର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଏହାପରେ ବସ୍ରୁ ଅଧା ଜଳାପୋଡ଼ା ନିର୍ବାଚନ ସାମଗ୍ରୀ ବାହାର କରିଥିଲା ଅଗ୍ନିଶମ ବାହିନୀ। ଏହି ଦୁର୍ଘଟଣାରେ ଲୋକଙ୍କର କୌଣସି କଯଷ୍ଟି ହୋଇନାହିଁ। ତେବେ କେଉଁ କାରଣରୁ ଏହି ଭୟଙ୍କର ଅଗ୍ନିକାଣ୍ଡଟି ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି।