ଆଜି ସକାଳୁ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି । ପ୍ରାୟ ଭୋର ୪.୫୫ ମିନିଟ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଭୂମିକମ୍ପ ଯୋଗୁ କୌଣସି ଖୟକ୍ଷତି ହୋଇନାହିଁ । ତେବେ ଭୂମିକମ୍ପ ଅରୁଣାଚଳ ପ୍ରଦେଶରେ ଲୋୟର ଲୋୟର ସୁବନସିରି ଜିଲ୍ଲାରେ ଅନୁଭୂତ ହୋଇଥିଲା । ତେବେ ଭୋର ସମୟରେ ଭୂମିକମ୍ପ ହୋଇଥିବାରୁ ସ୍ଥାନୀୟ ଲୋକେ ଘରେ ସୋଇଥିଲେ, ଭୂମିକମ୍ପ ଅନୁଭୂତ ହେବାରୁ ଭୟବିତ୍ତ ହୋଇ ଘରୁ ବାହାରି ଆସିଥିଲେ ।
ଅଧିକ ପଢନ୍ତୁ : ହାଇଦ୍ରାବାଦରେ ବର୍ଷା ସାଜିଲା କାଳ