ହାଇଦ୍ରାବାଦରେ ବର୍ଷା ସାଜିଲା କାଳ । ପ୍ରବଳ ବର୍ଷା ଯୋଗୁ କାନ୍ଥ ଭୁଶୁଡି ଚାଲିଗଲା ୭ ଜଣଙ୍କ ଜୀବନ । ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡ଼ିବା ପରେ ଚାରି ବର୍ଷର ଶିଶୁ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣାରେ ନିହତ ହୋଇଥିବା ଲୋକଙ୍କ ମଧ୍ୟରେ ଓଡିଶା ଏବଂ ଛତିଶଗଡବାସୀ ରହିଛନ୍ତି । ବୁଧବାର ସକାଳେ ମେସିନ ସାହାଯ୍ୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ,ମଙ୍ଗଳବାର ରାତି ସମୟରେ ହାଇଦ୍ରାବାଦ ଏବଂ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ସେହିସମୟରେ ଏକ ନିର୍ମାଣାଧୀନ ଘର ଭୁଶୁଡି ପଡିଥିଲା । ଯାହାଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବର୍ଷା ଫଳରେ ଜନଜୀବନ ବ୍ୟାହତ ହୋଇଛି । ଅଧିକ ଜଳଠାରେ ହେତୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖା ଦେଇଥିଲା । ବର୍ଷା ଯୋଗୁ ଅନେକ ସମସ୍ୟା ଦେଖାଦେଇଥିବାରୁ ବିପର୍ଯ୍ୟୟ ପ୍ରଶମନ ଫୋର୍ସ (ଡିଆରଏପ୍) ଟିମ ଜଳ ନିଷ୍କାସନ ତଥା ରାସ୍ତାକୁ ସିପଡିଥିବା ଗଛଗୁଡିକୁ ହଟାଇବା ପାଇଁ ନିୟୋଜିତ ହୋଇଛନ୍ତି।
ଅଧିକ ପଢନ୍ତୁ :ହୁତୁହୁତୁ ହୋଇ ଜଳିଲା ବସ