ଜଳିଗଲା ଯାତ୍ରୀବାହୀ ବସ୍ । କିଛି କ୍ଷଣ ମଧ୍ୟରେ ବସରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ । ୩୬ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଯାତ୍ରୀବାହୀ ବସରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବ ପରେ ବସଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ଏଭଳି ଘଟଣା ସାମ୍ନାକୁ ଆସିଛି ମୁମ୍ବାଇରେ ।
ସୂଚନା ଅନୁଯାୟୀ,ଶନିବାର ସକାଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ରାଜପଥରେ ଘରୋଇ କମ୍ପାନୀର ଏକ ବସ୍ ମୁମ୍ବାଇରୁ ପୁଣେ ଯାଉଥିଲା।ସେହି ସମୟରେ ହଠାତ ବସର ଟାୟାର ଫାଟି ଯାଇଥିଲା। ଏଥିସହ ସର୍ଟ ସର୍କିଟ ହୋଇ ବସ୍ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ଦେଖି ବସରେ ଥିବା ସମସ୍ତ ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଏହାପରେ ସମସ୍ତ ଯାତ୍ରୀ ବାହାରକୁ ପଳାଇ ଆସିଥିଲେ । ଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବସରେ ନିଆଁ ଲାଗିବା ମାତ୍ରେ ସୁରକ୍ଷା ବାହିନୀଙ୍କୁ ଖବର ଜିଣିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ସୁରକ୍ଷା ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ । ବସରେ ଭଳି ଅଗ୍ନିକାଣ୍ଡ କାରଣରୁ ପୁଣେ ଏକ୍ସପ୍ରେସ ରାଜପଥରେ ଯାତାୟାତ ବନ୍ଦ ରହିଥିଲା । ନିଆଁକୁ ଆୟତ୍ତ କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ରହିଥିଲା ।
ଅଧିକ ପଢନ୍ତୁ :ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ