୪୦ ଫୁଟ ଗଭୀର ବୋରେୱେଲରେ ପଡ଼ିଲା ଶିଶୁ । ପୁଣି ବୋରୱେଲରେ ଫସିରହିଛି ଜଣେ ଶିଶୁ । ବୋରୱେଲରେ ଫସିଥିବା ଶିଶୁକୁ ଉଦ୍ଧାର କରିବା ପାଇଁ ସୁରକ୍ଷା କର୍ମୀ ପ୍ରୟାସ ଜାରି ରଖିଛନ୍ତି । ବୋରୱେଲ ଖୋଳାଯାଇ ଖାଲିରେ ଛାଡିଦିଆଯାଉଥିବାରୁ ଏପରି ଘଟଣା ବଢିଚାଲିଛି । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଦିଲ୍ଲୀରୁ । ଏହି ବୋରୱେଲର ଚଉଡ଼ା ମାତ୍ର ଦେଢ଼ ଫୁଟ ଥିବାରୁ ଅତି ଯତ୍ନ ସହକାରେ ଉଦ୍ଧାର କାର୍ଯ୍ୟ କରାଯାଉଛି ।
ସୂଚନା ଅନୁଯାୟୀ,ଦିଲ୍ଲୀ କେଶବପୁର ମଣ୍ଡି ନିକଟ ଦିଲ୍ଲୀ ଜଳବୋର୍ଡ଼ ପ୍ଲାଣ୍ଟ ନିକଟରେ ଶିଶୁଟି ଯାଉଥିବା ସମୟରେ କୌଣସି ବଶତଃ ବୋରୱେଲରେ ପଡିଯାଇଥିଲା । ଶିଶୁଟି ବୋରୱେଲରେ ପଡିଥିବାର ଜାଣି ସ୍ଥାନୀୟ ଲୋକେ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ଙ୍କୁ ଖବର ଜଣାଇଥିଲେ । ଖବର ପାଇ ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ପିଲାଟି ପଡ଼ିଥିବା ବୋରୱେଲ ପାଖରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କାର୍ଯ୍ୟକୁ ଦ୍ୱରାନ୍ଵିତ କରାଯିବ ବୋଲି ଏନଡିଆରଏଫ୍ ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଶିଶୁକୁ ଠାବ କରାଯାଇନାହିଁ । ଏଥିପାଇଁ ଭିକଟିମ ଲୋକେସନ୍ କ୍ୟାମେରା ମଗା ଯାଇଛି । ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନଥିବା ବେଳେ ବୟସ ମଧ୍ୟ ଜଣାପଡିନାହିଁ। ଶିଶୁଟିକୁ ବୋରୱେଲ ଭିତରୁ ଉଦ୍ଧାର ପାଇଁ ଲଗାତାର ରେସକ୍ୟୁ ଜାରି ରହିଛି।
ଅଧିକ ପଢନ୍ତୁ :ଭୋପାଳ ସଚିବାଳୟରେ ଅଗ୍ନିକାଣ୍ଡ