ଭୋପାଳ ସଚିବାଳୟରେ ଅଗ୍ନିକାଣ୍ଡ । ଏଭଳି ଅଗ୍ନିକାଣ୍ଡର କେଉଁ କାରଣରୁ ହୋଇଛି ତାହା ଜଣାପଡିନାହିଁ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ଅଗ୍ନିକାଣ୍ଡ ଘଟିଛି । ଗତକାଲି ସକାଳ ସମୟରେ ହଠାତ ସଚିବାଳୟରେ ନିଅଁ ବାହାରୁଥିବାର ଲୋକମାନେ ଦେଖିଥିଲେ । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇଥିଲେ ।
ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଂଚଥିଲେ । ଏହାପରେ ସଚିବାଳୟରେ ନିଅଁ ଲିଭାଇବାକୁ ପ୍ରୟାସ କରିଥିଲେ । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ କରି ବିସ୍ତୁତ ରିପୋର୍ଟ ଦେବାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।