ଚେନ୍ନାଇ: ତିିନି ଭାଷା ନୀତିକୁ ନେଇ ଜାରି ବିବାଦ ମଧ୍ୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବଡ ପଦକ୍ଷେପ ନେଇଛନ୍ତି । ଦ୍ରାବିଡ ମୁନେତ୍ର କଝଗମ ସରକାର ଟଙ୍କାର ₹ ଚିହ୍ନ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ନିଷ୍ପତ୍ତିକ୍ରମେ ଭାରତୀୟ ମୁଦ୍ରାର ଚିହ୍ନ ହଟାଇ ସେହି ସ୍ଥାନରେ ତାମିଲ ଅକ୍ଷର ଲେଖା ଯାଇଛି । ଖାସ୍ କଥା ଏହି ନିଷ୍ପତ୍ତି ସେହି ସମୟରେ ନିଆଯାଇଛି ଯେଉଁ ସମୟରେ ସଂସଦରେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ରାଜ୍ୟ ଉପରେ ହିନ୍ଦୀ ଥୋପା ଯିବାର ପ୍ରସଙ୍ଗ ଉଠିଛି ।
ସୂଚନାଯୋଗ୍ୟ, ସମଗ୍ର ଦେଶରେ ₹ର ସିମ୍ବଲ ବଜେଟର ଆନୁଷ୍ଠାନିକ ପ୍ରତୀକ । ମାତ୍ର ତାମିଲନାଡୁ ସରକାର ଏହାକୁ ହଟାଇ ତାମିଲ ଭାଷାର ସିମ୍ବଲ ଲଗାଇଛନ୍ତି । ଦେଶରେ ପ୍ରଥମ ଥର କୌଣସି ରାଜ୍ୟ ₹ରେ ପରିବର୍ତ୍ତନ କରିଛନ୍ତି ।
ସୂଚନାଯୋଗ୍ୟ, ଦେଶରେ ଭାରତୀୟ ମୁଦ୍ରାର ଯେଉଁ ସିମ୍ବଲ ରହିଛି, ତାହାର ଡିଜାଇନ ଉଦୟ କୁମାର ଧର୍ମଲିଙ୍ଗନ କରିଥିଲେ । ସେ ପେଶାରେ ଜଣେ ଶିକ୍ଷାବିତ୍ ଓ ଡିଜାଇନର। ତାଙ୍କର ଡିଜାଇକୁ ୫ ସର୍ଟଲିଷ୍ଟରେ ଚୟନ କରାଯାଇଥିଲା । ଧର୍ମଲିଙ୍ଗନଙ୍କ ମୁତାବକ ତାଙ୍କର ଡିଜାଇନ ଭାରତୀୟ ତ୍ରିରଙ୍ଗା ଉପରେ ଆଧାରିତ ।
ଆଉ ସବୁଠୁ ବଡ କଥା ଉଦୟ କୁମାର ଧର୍ମଲିଙ୍ଗନ ତାମିଲନାଡୁ ବିଧାନସଭାରେ ଡିଏମକେ ଅର୍ଥାତ ଏମକେ ଷ୍ଟାଲିନଙ୍କ ପାର୍ଟିର ବିଧାୟକ ଥିଲେ । ସେ ହେଉଛନ୍ତି ଧର୍ମଲିଙ୍ଗନଙ୍କ ପୁଅ । ୨୦୧୦ରେ ସେ ଏହି ଡିଜାଇନ ପ୍ରସ୍ତୁତ କରିଥିଲେ, ଯାହାକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ଭାରତୀୟ ମୁଦ୍ରାର ଚିହ୍ନ ଭାବେ ଆପଣେଇ ନେଇଥିଲେ ।
ଏମକେ ଷ୍ଟାଲିନ ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ଅଖଣ୍ଡ ହିନ୍ଦୀ ଭାଷାର ପରିଚୟ ଉଦ୍ୟମ କାରଣରୁ ପ୍ରାଚୀନ ଭାଷା ବିଲୁପ୍ତ ହେବାକୁ ବସିଛି । ବିହାର ଓ ଉତ୍ତର ପ୍ରଦେଶ କେବେ କେବେ ବି ହିନ୍ଦୀ ଭାଷି ରାଜ୍ୟ ନ ଥିଲେ । କିନ୍ତୁ ସେମାନଙ୍କର ନିଜ ଭାଷା ବିଲୋପ ହୋଇ ଯାଇଛି ।