ଭୁବନେଶ୍ୱର: ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ଜଡ଼ିତ ଥିବା ରାଜୀବ କୁମାର ଶେଷରେ ଟାଟା ଷ୍ଟିଲ୍ ଛାଡ଼ିଛନ୍ତି । ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପାଧ୍ୟକ୍ଷ (ଅପରେସନ୍ସ) ରାଜୀବ କୁମାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ବୁଧବାର କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଟି.ଭି. ନରେନ୍ଦ୍ରନଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।
ରାଜୀବ କୁମାର ୧୯୯୦ ମସିହାରେ ଟାଟା ଷ୍ଟିଲ୍ରେ ଯୋଗ ଦେଇଥିଲେ। ଟାଟା ଷ୍ଟିଲ୍ ଜାମସେଦପୁର ଏବଂ ୱାୟର୍ସ ଡିଭିଜନରେ ବର୍ଷ ବର୍ଷର ଅଭିଜ୍ଞତା ସହିତ ତାଙ୍କୁ କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପ୍ରକଳ୍ପର ଦାୟିତ୍ୱ ନେଇଥିଲେ । ୨୫ ବର୍ଷରୁ ଅଧିକ ସମୟ ଧରି ଟାଟା ଷ୍ଟିଲ୍ ସହିତ ଜଡ଼ିତ ଥିଲେ । ସେ କମ୍ପାନୀ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।
ଟାଟା ଷ୍ଟିଲର କର୍ପୋରେଟ୍ ଯୋଗାଯୋଗ ମୁଖ୍ୟ ରାଜେଶ ରାଜନ କହିଛନ୍ତି, "ରାଜୀବ କୁମାର ଟାଟା ଷ୍ଟିଲ୍ କଳିଙ୍ଗନଗରର ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକ ବିବରଣୀ ପ୍ରଦାନ କରିପାରିବୁ ନାହିଁ।" ତେବେ ରାଜୀବ କୁମାରଙ୍କ ସ୍ଥାନରେ କମ୍ପାନୀ ଆଉ କାହାକୁ ବସାଇବ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ସେ ବେଦାନ୍ତ ଆଲୁମିନିୟମର ସିଇଓ ଭାବରେ ଯୋଗଦେବାକୁ ଯାଉଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି ।