ସୁନ୍ଦରଗଡ : ଭାରସାମ୍ୟ ହରାଇ ଓଲଟି ୧୫ ଫୁଟ୍ ତଳକୁ ଖସିଲା ବସ୍।ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣରୁ ଅଧିକ ଆହତ ହୋଇଛନ୍ତି। ସୁନ୍ଦରଗଡ଼ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ବସ୍ଟି ଯାତ୍ରୀମାନଙ୍କୁ ନେଇ ଚିଙ୍ଗିରିକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲା । ପ୍ରଥମେ ବସ୍ଟି ବାଇକକୁ ଧକ୍କା ଦେଇଥିଲା। ପରେ ବସ୍ ଟି ଭାରସାମ୍ୟ ହରାଇ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ବସ୍ରେ ଚାପି ହୋଇଯାଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି। ବସ୍ଟି ଦ୍ରୁତ ଗତି ଆସୁଥିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।