ଭୁବନେଶ୍ୱର : ଆଜି ବିଭିନ୍ନ ରଙ୍ଗରେ ରଙ୍ଗେଈ ହେବ ସାରା ରାଜ୍ୟ। କାରଣ ଆଜି ହେଉଛି ରଙ୍ଗର ପର୍ବ ହୋଲି। ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ବେଶ ଧୁମ ଧାମ ହୋଲିକୁ ପାଳନ କରୁଛନ୍ତି ଲୋକେ। ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ପିଠା, ମିଠା ,ପାନ ଖୁଆଇ ଭଲପାଇବା ପରିପ୍ରକାଶ କରୁଛନ୍ତି। ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ ଥିବା ଦେଖିବାକୁ ମିଳୁଛି। ତେବେ କମିଶନରେଟ ପୋଲିସ ପକ୍ଷରୁ ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦିଆଯାଇଛି। ଜୈବିକ କିମ୍ବା ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ। ରଙ୍ଗ କିଣିବା ପୂର୍ବରୁ ତାକୁ ଭଲ ଭାବେ ଯାଞ୍ଚ କରନ୍ତୁ ଏବଂ କେମିକାଲ ହୋଲିଠାରୁ ଦୂରେଇ ରୁହନ୍ତୁ। ହୋଲିରେ ଯେତେ ସମ୍ଭବ କେମିକାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ।