ନୂଆଦିଲ୍ଲୀ: ମହାକାଶରୁ ସୁନୀତା ୱିଲିୟମସଙ୍କ ପ୍ରତ୍ୟାବର୍ତ୍ତନର ଗଣନା ଆରମ୍ଭ ହୋଇଯାଇଛି । ଆଉ ମାତ୍ର ଗୋଟିଏ ଦିନରେ ପୃଥିବୀରେ ପାଦ ରଖିବେ ସୁନୀତା ଓ ତାଙ୍କ ବନ୍ଧୁ ବୁଚ୍ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚି ସାରିଛି । ତାଙ୍କ ଫେରିବାର ସିଧା ପ୍ରସାରଣ କରିବ ନାସା । ତେବେ ସୁନୀତା ଏବଂ ବୁଚ୍ ପହଁଚିବା ପରେ ଏକ ସାଧାରଣ ମଣିଷ ଭାବେ ତାଙ୍କ ଦୈନନ୍ଦିନ ଜୀବନ ଯାପନ ସହଜ ହେବନି । ତାଙ୍କୁ ଅନେକ ଶାରୀରିକ ଓ ମାନସିକ ଯନ୍ତ୍ରଣାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ ।
ଜଣେ ମହାକାଶରେ ଅଧିକ ଦିନ ରହିକି ଆସିବା ପରେ କଣ କଣ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ ସେ ବିଷୟରେ ଅଧିକ ଚର୍ଚ୍ଚା କରିବା । ଗତ ବର୍ଷ ଜୁନ ୫ ତାରିଖରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଯାଇଥିଲେ ସୁନୀତା ଏବଂ ବୁଚ୍ ୱିଲମୋର । ସେଠାରେ ସ୍ପେସ୍ କ୍ରାପ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେଠାରେ ଦୀର୍ଘ ନଅ ମାସ ହେବ ଫସି ରହିଛନ୍ତି । କ୍ର୍ୟୁ-୧୦ ମିଶନ୍ ଦ୍ୱାରା ସେଠାରେ ଆଉ ଏକ ଚାରି ଜଣିଆ ଦଳ ପହଁଚିବା ପରେ ଆସନ୍ତା ବୁଧବାର ଦିନ ସେ ପୃଥିବୀକୁ ଫେରିବେ । ତେବେ ଫେରିବା ପରେ ସୁନୀତାଙ୍କ ପାଇଁ ଅନେକ ଶାରିରୀକ ସମସ୍ୟା ସୃଷ୍ଟି ହୋଇପାରେ ।
ମହାକାଶରେ ମାଧ୍ୟାକର୍ଷଣ ବଳ ନ ଥିବା କାରଣରୁ ଅତି କଠିନ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥାଏ ।
ଅଧିକ ସମୟ ଧରି ମହାକାଶରେ ରହିବା ଦ୍ୱାରା ହାଡ଼ ଏବଂ ମାଂସ ପେଶୀ ଉପରେ ପ୍ରଭାବ ପଡ଼ିଥାଏ ।
ଦୁର୍ବଳ ହୋଇଯିବା, ମାଂସ ପେଶୀ ସଙ୍କୁଚିତ ହୋଇଯିବା ଏବଂ ଆଖିକୁ ମଧ୍ୟ କମ୍ ଦେଖାଯାଇଥାଏ ।
ମହାକାଶରେ ଶରୀର ଓଜନ କମ୍ ହୋଇ ନ ଥାଏ, କିନ୍ତୁ ଅନେକ ପରିବର୍ତ୍ତନ ଦେଖା ଦେଇ ଥାଏ ।
ସେହିପରି ଚାଲିବାରେ ମଧ୍ୟର ସମସ୍ୟା ସୃଷ୍ଟି ହୋଇଥାଏ । ଦୀର୍ଘ ଦିନ ଧରି ବ୍ୟାୟାମ କରିବା ଦ୍ୱାରା ଧିରେ ଧିରେ ଶରୀର ଚଳ ପ୍ରଚଳ କରିଥାଏ ।
ପୃଥିବୀର ବାୟୁମଣ୍ଡଳ ଏବଂ ଚୁମ୍ବକୀୟ କ୍ଷେତ୍ର ଆମକୁ ସୂର୍ଯ୍ୟଙ୍କ ବିକିରଣରୁ ରକ୍ଷା କରିଥାଏ । କିନ୍ତୁ ମହାକାଶରେ ସୂର୍ଯ୍ୟଙ୍କ ବିକିରଣ ଶରୀର ପ୍ରଭାବ ପକାଇବା ଦ୍ୱାରା କର୍କଟ ଏବଂ ହୃଦ ରୋଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।
ସେହିପରି ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।