ୱାଶିଂଟନ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଶା ବାନ୍ଧି ବସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିରାଶ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ନରୱେ ପାଇଁ ଏକ କଳାଦାଗ ବୋଲି କହିଛନ୍ତି ଟ୍ରମ୍ପ । ଏହା ସହିତ ଟ୍ରମ୍ପ ଅନ୍ତର୍ଜାତୀୟ ଅପରାଧ ନ୍ୟାୟଳୟ (ଆଇସିସି) ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ।
ନୋବେଲ ଶାନ୍ତି ପୁରସ୍କାର ଘୋଷଣାର ଅଳ୍ପ ସମୟ ପରେ, ଆମେରିକାର ଟ୍ରମ୍ପ ପ୍ରଶାସନ 'ଆନ୍ତର୍ଜାତୀୟ ଅପରାଧିକ ଅଦାଲତ' ବିରୁଦ୍ଧରେ କଟକଣା ଘୋଷଣା କରିଛି । ଏହି କଟକଣା ଘୋଷଣା କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି, ଏହି ଅବାଧ୍ୟ ଅଦାଲତକୁ ଯାଉଥିବା ଆର୍ଥିକ କାରବାରକୁ ଅଟକା ଯିବ, ଏହାର ସମ୍ବଳ ବନ୍ଦ କରିବ ଆମେରିକା ଏବଂ ଆମେରିକା ବିରୁଦ୍ଧରେ କାର୍ଯ୍ୟ କରିବାର ଏହାର କ୍ଷମତାକୁ ସମାପ୍ତ କରିଦେବୁ। ଆମେରିକାର ଯୁକ୍ତି ହେଉଛି ଯେ ଆଇସିସି ଆମେରିକୀୟ ଏବଂ ଇସ୍ରାଏଲୀ ନାଗରିକଙ୍କ ବିରୁଦ୍ଧରେ ଯୁଦ୍ଧ ଅପରାଧ ସମ୍ବନ୍ଧୀୟ ପକ୍ଷପାତମୂଳକ ଅଭିଯୋଗର ଅନୁସନ୍ଧାନ କରୁଛି ।
ଯଦିଓ ଏହି କଟକଣାଗୁଡ଼ିକ ଅଦାଲତର କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି, ତଥାପି ଅଦାଲତ ସ୍ପଷ୍ଟ କରିଛି ଯେ ଏହା ଦ୍ୱାରା ସେମାନେ ବିଚଳିତ ହେବେ ନାହିଁ ଏବଂ ସମ୍ଭବପର ସମସ୍ତ ଉପାୟରେ ନିଜର କାର୍ଯ୍ୟ ଜାରି ରଖିବେ।
ଟ୍ରମ୍ପ କହିଛନ୍ତି ଯେ ନୋବେଲ ଶାନ୍ତି ନ ମିଳିବାକୁ ଲଜ୍ଜାଜନକ ଏବଂ ଅପମାନଜନକ ବୋଲି କହିଛନ୍ତି । ନରୱେ ଉପରେ ଏମିତି ଦାଗ ଲାଗିଛି ଯାହାକୁ ପୋଛିବା ସମ୍ଭବ ହେବ ନାହିଁ । ସେ ନରୱେର ନିଷ୍ପତିକୁ କଦାପି ଭୁଲିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେ ନବି ପିଲ୍ଲାଇଙ୍କ ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଜଣେ ଏମିତି ବ୍ୟକ୍ତିଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି, ଯାହାର ନାଁ ସେ କେବେବି ଶୁଣି ନାହାଁନ୍ତି । ଯିଏ ଆଇସିସିର ପୂର୍ବତନ ବିଚାରପତି ଥିଲେ । ଟ୍ରମ୍ପ ଆହୁରି ଦାବି କରିଛନ୍ତି, ସେ ବିଶ୍ୱର ୮ଟି ଯୁଦ୍ଧକୁ ବନ୍ଦ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୮ଟି ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ ।