ନୂଆଦିଲ୍ଲୀ: ପାକିସ୍ତାନ ଏବଂ ବଲୋଚିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଏକଦା ଶାନ୍ତ ଅଞ୍ଚଳରେ ପରିଗଣିତ ହେଉଥିବା ବଲୋଚି ସୀମାରେ ଥିବା ଗ୍ୱାଦର ଜିଲ୍ଲା ଅଶାନ୍ତ ହୋଇପଡ଼ିଛି । ଗ୍ୱାଦର ଜିୱାନିଠାରେ ପାକିସ୍ତାନ ବୋଟ୍ ଉପରେ ଆକ୍ରମଣ ହୋଇଛି । ଫଳରେ ପାକିସ୍ତାନୀ ତଟରକ୍ଷୀ ବାହିନୀର ୧୩ ଜଣ କର୍ମଚାରୀ ନିହତ ହୋଇଛନ୍ତି । ବଲୋଚ ଲିବରେସନ୍ ଆର୍ମି ଏହି ଆକ୍ରମଣ କରିଥିବା ଦାବି କରିଛନ୍ତି ।
ବିଏଲଏ ମୁଖପାତ୍ର ଜିୟାଦ ବଲୋଚ କହିଛନ୍ତି ଯେ ଆକ୍ରମଣରେ ପାକିସ୍ତାନୀ କୋଷ୍ଟ ଗାର୍ଡର ଦୁଇଟି ଡଙ୍ଗାକୁ ଟାର୍ଗେଟ୍ କରାଯାଇଥିଲା, ଯାହା ଫଳରେ ୧୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ବିଏଲଏ ସାମୁଦ୍ରିକ ଶାଖା 'ହାମାଲ୍ ମେରିଟାଇମ୍ ଡିଫେନ୍ସ ଫୋର୍ସ' ଏହି ଅପରେସନର ନେତୃତ୍ୱ ନେଇଥିଲା । ଏହି ସାମୁଦ୍ରିକ ଶାଖାକୁ ଏପ୍ରିଲ୍ ୧୩ ତାରିଖରେ ଗଠନ କରାଯାଇଥିଲା । ଏପ୍ରିଲ୍ ୧୨ ତାରିଖରେ 'ମିଲ୍ ତିୟାବ' ଅଞ୍ଚଳରେ ଏହାର ପ୍ରଥମ ସାମୁଦ୍ରିକ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପାକିସ୍ତାନ ନୌସେନାର ଏକ ପାଟ୍ରୋଲିଂ ବୋଟକୁ ଟାର୍ଗେଟ୍ କରାଯାଇ ତିନି ଜଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିଲା।
ବଲୁଚି ଦାବି କରିଛି ବାହ୍ୟ ଶକ୍ତି ଅର୍ଥାତ ପାକିସ୍ତାନ ସେମାନଙ୍କ ସୀମାକୁ ହାତେଇବାକୁ ଚେଷ୍ଟା କରୁଛନ୍ତି । ଏହାର ପ୍ରତିବଦଳରେ ସେମାନଙ୍କୁ ନା କୌଣସି ନିଯୁକ୍ତି ମିଳୁଛି ନା ଆଞ୍ଚଳିକ ବିକାଶର ସୁଯୋଗ।