କାମାକ୍ଷାନଗର : ଜଙ୍ଗଲ ନିଆଁରେ ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଅନ୍ତର୍ଗତ ଗୋବରୀ ଗାଁରେ ଘଟିଛି ଲୋମ ଟାଙ୍ଗୁରା ଘଟଣା । ଜଙ୍ଗଲ ନିଆଁରେ ଜଣେ ୫୦ ବର୍ଷୀୟ ମହିଳା ଜିଅନ୍ତା ଜଳି ମୃତ୍ୟୁ ବରଣ କରିଛନ୍ତି।
ସୂଚନା ଅନୁଯାୟୀ ଗୋବରୀ ଗାଁର ଡ଼ମ୍ବୁରୁଧର ମହାନ୍ତଙ୍କ ସ୍ତ୍ରୀ ଘର ପାଖରେ ଥିବା ସମୟରେ ଜଙ୍ଗଲ ନିଆଁ ଘର ମୁହାଁ ହେଉଥିବାର ଦେଖି ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ଅସାବଧାନତା କାରଣରୁ ସେ ଘର ପାଖ ଶାଖା କେନାଲରେ ଖସି ପଡ଼ିଥିଲେ। ଯାହା ଫଳରେ ସେଠାରେ ଲାଗିଥିବା ଜଙ୍ଗଲ ନିଆଁରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ। ଖବର ପାଇ ମହାବିରୋଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।