ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧି ହେବା ସହ ଯୁଦ୍ଧ ପରିସ୍ଥିତି ଆଡକୁ ମୁହାଉଁଛି । ଏପରି ପରିସ୍ଥିତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୋସିଆଲ ମିଡିଆରେ କୌଣସି ଭୁଲ ପୋଷ୍ଟ ନ ହେବା ଉଚିତ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବେସାମରିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଭୁଲ ସୂଚନା ଓ ମିଥ୍ୟା ଖବରର ମୁକାବିଲା ପାଇଁ ପ୍ରୟାସ ଏବଂ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ବୈଠକରେ ଆଲୋଚନା କରିଥିଲେ। ଭାରତ-ପାକିସ୍ତାନ ଟେନସନ୍ ମଧ୍ୟରେ ପାକିସ୍ତାନ ପ୍ରାୟୋଜିତ ପ୍ରଚାର ସମ୍ବଳିତ ନକଲି ସୋସିଆଲ ମିଡିଆ ପୋଷ୍ଟ ବିରୁଦ୍ଧରେ ଚେତାବନୀ ଦିଆଯାଇଛି।
ଭାରତୀୟ ନାଗରିକମାନଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଳୁଥିବା ପ୍ରତ୍ୟେକ ସୂଚନାକୁ ସତର୍କତାର ସହ ଯାଞ୍ଚ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ସୂଚନାକୁ ଭଲଭାବରେ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ। ପୋଷ୍ଟରେ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ନୋଡାଲ୍ ଏଜେନ୍ସି ଭାରତୀୟ ସଶସ୍ତ୍ର ବାହିନୀ ଏବଂ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ପରିସ୍ଥିତି ସମ୍ପର୍କରେ ଯେକୌଣସି ସନ୍ଦେହଜନକ ବିଷୟବସ୍ତୁ ବିଷୟରେ ସୂଚନା ଦେବାକୁ ନାଗରିକମାନଙ୍କୁ ଅନୁରୋଧ ରହିଛି ।
ସୂଚନା ଥାଉ କି ପାକିସ୍ତାନ ସାଇବର ଆଟାକ ମାଧ୍ୟମରେ ଭାରତର ଲୋକଙ୍କୁ ଟାର୍ଗେଟ କରିବାକୁ ପ୍ରୟାସ କରୁଛି। ଏଭଳି ସ୍ଥିତିରେ ପ୍ରତ୍ୟେକ ସୂଚନାକୁ ଭଲଭାବେ ଯାଞ୍ଚ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ।