ଭୁବନେଶ୍ବର: ଦୀର୍ଘ ୨୦ ଘଣ୍ଟା ପରେ ସ୍ବାଭାବିକ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେଲା। ନୀତିକାନ୍ତି ସ୍ବାଭାବିକ ନେଇ ବ୍ରାହ୍ମଣ ନିଯୋଗ ସଭାପତିଙ୍କ ସୂଚନା ରହିଛି।
ସୂଚନା ଅନୁଯାୟୀ ଗତକାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗ ବିବାଦରୁ ବନ୍ଦ ଥିଲା ନୀତିକାନ୍ତି। ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ଯୋଗୁଁ ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଥିଲା । ନୀତି ବନ୍ଦ ଯୋଗୁଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ନିରାଶ ହୋଇଥିଲେ । ବ୍ରାହ୍ମଣ ନିଯୋଗ ଅଭିଯୋଗ ଅନୁସାରେ, ପୁଷ୍ପାଞ୍ଜଳି ସେବା ଦୀର୍ଘ ବର୍ଷ ଧରି ସେମାନେ କରିଆସୁଥିଲେ । ହଠାତ୍ ପୂଜାପଣ୍ଡା ନିଯୋଗ ଏହାକୁ ଜିଦି କରି କରିବା ପାଇଁ ଚେଷ୍ଟା କରିବା ପରେ ବିବାଦ ଉପୁଜିବାରୁ ନୀତି ବନ୍ଦ ଥିଲା । ବୈଠକ ସମୟରେ ମଧ୍ଯ ଦୁଇ ନିଯୋଗ ଭିତରେ ମୁହାଁମୁହିଁ ପରିସ୍ଥିତି ସହ ହୋହାଲ୍ଲା ଦେଖିବାକୁ ମିଳିଛି। ତେବେ ମନ୍ଦିର ପ୍ରଶାସନର ବୁଝାସୁଝା ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ ହେଲା।