ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) କେବଳ କ୍ରିକେଟ୍ ପରିଚାଳନା କରୁନାହିଁ, ବରଂ ଦେଶର ରାଜସ୍ୱ ବୃଦ୍ଧିରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ବିସିସିଆଇ ସଚିବ ଦେବଜୀତ ସାଇକିଆ ଦେଇଥିବା ସୂଚନା ଅନୁଯାୟୀ, ବୋର୍ଡ ପକ୍ଷରୁ ପ୍ରତିବର୍ଷ ସରକାରଙ୍କୁ ପ୍ରାୟ ୩,୦୦୦ କୋଟି ଟଙ୍କା ଟିକସ ଆକାରରେ ପୈଠ କରାଯାଉଛି।
କ୍ରିକେଟ୍ ଜଗତରେ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ଭାବେ ପରିଚିତ ବିସିସିଆଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ କିପରି ସହାୟକ ହେଉଛି, ତାହା ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି। ଆଇପିଏଲ୍ ଏବଂ ଅନ୍ତର୍ଜାତୀୟ ମ୍ୟାଚ୍ ଗୁଡ଼ିକର ପ୍ରସାରଣ ଅଧିକାର, ସ୍ପନ୍ସର୍ସିପ୍ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ କାର୍ଯ୍ୟକାଳ ଜରିଆରେ ବୋର୍ଡ ମୋଟ ରୋଜଗାର କରିଥାଏ। ଏହି ଆୟର ଏକ ବଡ଼ ଭାଗ ସରକାରଙ୍କୁ ବିଭିନ୍ନ ଟିକସ ମାଧ୍ୟମରେ ପ୍ରଦାନ କରାଯାଉଛି।
ସାଇକିଆଙ୍କ ବୟାନ
ଗଣମାଧ୍ୟମ ସହ ଆଲୋଚନା ବେଳେ ସଚିବ ଦେବଜୀତ ସାଇକିଆ କହିଛନ୍ତି ଯେ ବିସିସିଆଇ ସ୍ୱଚ୍ଛତା ଏବଂ ଆଇନଗତ ନିୟମାବଳୀକୁ କଡ଼ାକଡ଼ି ଭାବେ ପାଳନ କରିଥାଏ। ବୋର୍ଡ ପକ୍ଷରୁ ଦିଆଯାଉଥିବା ଏହି କୋଟିକୋଟି ଟଙ୍କାର ଟିକସ ଦେଶର ବିକାଶମୂଳକ କାର୍ଯ୍ୟ ଏବଂ କ୍ରୀଡ଼ା ଭିତ୍ତିଭୂମିର ବିକାଶରେ ମଧ୍ୟ ବଡ଼ ସହାୟକ ସାବ୍ୟତ୍ ହେଉଛି।
Also Read: ଅଜିତ ଅଗରକରଙ୍କ ଭବିଷ୍ୟତ ନେଇ ସ୍ପଷ୍ଟ କଲେନି ବିସିସିଆଇ ସଚିବ: କହିଲେ "କ୍ରିକେଟରେ ୧୫ ଦିନ ବହୁତ ଲମ୍ବା ସମୟ"