ନୂଆଦିଲ୍ଲୀ: ପାକିସ୍ତାନ ନୌସେନା ଯୁଦ୍ଧ ଜାହାଜ ପିଏନ୍ଏସ୍ ହୁନୈନ ସହିତ ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଆଇଏନ୍ଏସ୍ କୋଲକାତା ଧକ୍କା ହେବା ପରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ଭାରତ ଖଣ୍ଡନ କରିଛି । ପାକିସ୍ତାନର ସମସ୍ତ ଦାବିକୁ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଛନ୍ତି ।
ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଆଇଏନ୍ଏସ୍ କୋଲକାତା ଆରବ ସାଗର ପଶ୍ଚିମ ସୀମାରେ ନିୟୋଜିତ ଥିବାବେଳେ ପାକିସ୍ତାନ ଯୁଦ୍ଧ ଜାହାଜ ପିଏନ୍ଏସ୍ ହୁନୈନ ବେପରୁଆ ଆଚରଣ କରିଥିଲା । ପରିଣାମ ସ୍ୱରୂପ ଦୁଇଟି ଯାହାଜ ପରସ୍ପର ସହିତ ଧକ୍କା ହୋଇଥିଲା । ପିଏନ୍ଏସ୍ ଅତ୍ୟନ୍ତ ବିପଦଜନକ ଭାବେ ଅତିକ୍ରିମ କରିବାକୁ ଚେଷ୍ଟା କରିଥିଲା । ଏହା ୧୯୯୧ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସୈନ୍ୟ ଅଭ୍ୟାସ, ଯୁଦ୍ଧାଭ୍ୟାସ ଏବଂ ସୈନ୍ୟ ମୁତୟନ ଆଗୁଆ ସୂଚନା ସମ୍ବୋଧିତ ଚୁକ୍ତିର ଉଲ୍ଲଂଘନ ଅଟେ । ଏହି ଚୁକ୍ତି ଅନୁସାରେ ଦୁଇ ଦେଶର ନୌସେନା ୩ ନଟିକାଲ୍ ମାଇଲ୍ ଦୂରତା ଭିତରେ ରହି ପାରିବେ ନାହିଁ । ପାକିସ୍ତାନ ଧକ୍କା ଦେବା ପରେ ଅନ୍ତରାଷ୍ଟ୍ରୀୟ ନିୟମର ମଧ୍ୟ ଉଲ୍ଲଂଘନ ଅଟେ । ଏହା ସହିତ ରଣଧୀର ମଧ୍ୟ ପାକିସ୍ତାନକୁ ସାବଧାନତା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି ।