ଚଣ୍ଡିଖୋଲ : ଟମାଟୋ ଦରକୁ କେନ୍ଦ୍ରକରି ହାଟରେ ବଚସା। ଉତକ୍ଷିକ୍ତ ହୋଇ ସେନା କର୍ମଚାରୀଙ୍କୁ କାମୁଡି ଦେଲେ ବ୍ୟବସାୟୀ। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଖବରପାଇ ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେନା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା। ତେବେ ମେଡିକାଲରେ ଚିକିତ୍ସିତ ହୋଇ ସେନା କର୍ମଚାରୀ ହେଡ କ୍ୱାର୍ଟରକୁ ଯାଇଛନ୍ତି।
ସୂଚନା ଅନୁସାରେ, ଅରୁଣାଚଳ ପ୍ରଦେଶର ୧୦ମ ବାଟାଲିୟନ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ ଚମ୍ପାପୁର ଗାଁର ରମେଶ ସେଠୀ କାମ କରୁଛନ୍ତି। ଗୁରୁବାର ହେଡ୍ କ୍ୱାର୍ଟରକୁ ଯିବା ପୂର୍ବରୁ ଘର ପାଇଁ ପରିବା କିଣିବାକୁ ସ୍ଥାନୀୟ ଚମ୍ପାପୁର ହାଟକୁ ଯାଇଥିଲ। ସେହି ସମୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଟମାଟୋ କିଣିବା ବେଳେ ଟମାଟୋ ଦରକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯାହାକୁ ନେଇ ବ୍ୟବସାୟୀ ଜଣକ ଉତ୍କ୍ଷିପ୍ତ ହୋଇ ସେନା କର୍ମଚାରୀଙ୍କ ପେଟକୁ କାମୁଡି ଦେଇଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ ବୈରୀ ପୋଲିସ ପହଞ୍ଚି ସେନା କର୍ମଚାରୀଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା। ଏହାପରେ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି।