ଉଦଳା : ବୃଦ୍ଧଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର। ଫଳରେ ଘଟଣାସ୍ଥଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ତେବେ ମୟୂରଭଞ୍ଜ ଜିଲ୍ଲାରେ ଉଦଳା ଥାନା ସୀମା ଅନ୍ତର୍ଗତ ଘାଗରାଗଡ଼ି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। କେନାଲ କାମ କରୁଥିବା ସମୟରେ ମାଡିଯାଇଥିଲା ଟ୍ରାକ୍ଟର। ମୃତକ ଘାଗରାଗଡ଼ି ଗାଁର ଲାଦ୍ରା ସିଂହ ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଘାଗରାଗଡ଼ି ଗାଁରେ ଜଳସେଚନ ବିଭାଗ ଦ୍ୱାରା କେନାଲ କାମ କରାଯାଉଥିଲା। କେନାଲ କାମ ଉକ୍ତ ଗାଁର ଲାଦ୍ରା ସିଂହ କିଛି ମାପ କରୁଥିଲେ। ଠିକ୍ ସେହି ସମୟରେ ପଥର ବୋଝେଇ ଟ୍ରାକ୍ଟର ପଥରଗୁଡ଼ିକୁ ଅନଲୋଡ୍ କରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପ୍ରଥମେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା ଏବଂ ପରେ ତାଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ବୃଦ୍ଧଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଉକ୍ତ ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।