ଭୁବନେଶ୍ୱର : ପୁଣି ବଢ଼ିଲା ସୁନା ଦର। କିଛି ଦିନର ଆଶ୍ୱସ୍ତି ପରେ ପୁଣି ଚିନ୍ତା ବଢ଼ାଇଲାଣି ସୁନା। ତେବେ ସୁନା ଦର ପୁଣି ବଢିଥିବା ହେତୁ ବର୍ତ୍ତମାନ ସୁନାକୁ ଛୁଇଁବାକୁ ସମସ୍ତେ ଡରୁଥିବା ଗ୍ରାହକ ମାନେ କହିଛନ୍ତି। ଗତକାଲି ଏହା ୯୯,୦୦୦ ଟଙ୍କା ରହିଥିବା ବେଳେ ଆଜି ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୯,୬୦୦ ରହିଛି। ତେବେ ଦୁଇଦିନରେ ସୁନା ଦର ୬୦୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୨୨ କ୍ୟାରେଟ୍ ସୁନା ଦାମ୍ ୫୫୦ ଟଙ୍କା ବୃଦ୍ଧି ହୋଇଛି ଅର୍ଥାତ ୧୦ ଗ୍ରାମ୍ ସୁନା ପ୍ରତି ୯୧,୩୦୦ ଟଙ୍କା ରହିଛି। ଏପରିକି ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୪,୧୦୦ ଟଙ୍କା ବୃଦ୍ଧି ପାଇଛି। ତେବେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ ମାତ୍ର ରୁପା ଦାମ୍ରେ ସାମାନ୍ୟ ହ୍ରାସ ହୋଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୧୦,୧୦୦ ଟଙ୍କା ରହିଛି।