ଜଗତସିଂହପୁର: ସୁନା ଚୋରି ଘଟଣାର ପର୍ଦ୍ଦାଫାଶ ପାଞ୍ଚଜଣଙ୍କୁ ଗିରଫ କଲା କୁଜଙ୍ଗ ପୋଲିସ । ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୫ ଲକ୍ଷ ଟଙ୍କାର ସୁନା ସହ ମୋବାଇଲ ବାଇକ ଓ କାର ଜବତ କରାଯାଇଛି । ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି ।
ସୂଚନା ଅନୁସାରେ , ଗତ ୨ ତାରିଖରେ କୁଜଙ୍ଗ ଥାନା ଅଧିନ ଜନାର୍ଦ୍ଦନପୁର ଗ୍ରାମର ନିରଞ୍ଜନ ଗୋଛୟତ ଘରେ ନଥିବା ବେଳେ ତାଙ୍କ ଘର ତାଲା ଭାଙ୍ଗି ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ । ଏନେଇ ନିରଞ୍ଜନଙ୍କ ପୁଅ ଗୋଲେଖ ପ୍ରଧାନ ଓ ବୋହୁ ସାବିତ୍ରୀ ପ୍ରଧାନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ କୁଜଙ୍ଗ ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍ , ଡଗ୍ ସ୍କ୍ୱାର୍ଡ ଓ ସାଇବରର ସାହାଯ୍ୟରେ ୫ ଦୁର୍ବୃତ୍ତଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଓ ଟଙ୍କା ସହିତ ଗୋଟିଏ କାର୍ , ୩ଟି ମୋଟରସାଇକେଲ୍ ଓ ୪ଟି ମୋବାଇଲ ଜବତ କରିଛି ପୋଲିସ । ଏନେଇ କୁଜଙ୍ଗ ଥାନା ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଭିଯୁକ୍ତ ୫ଜଣଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ତିର୍ତ୍ତୋଲ ଏସ୍.ଡି.ପିଓ ପ୍ରକାଶ କରିଛନ୍ତି ।