ଭୁବନେଶ୍ୱର: ମୃତ୍ୟୁ ପରେବି ଅମର ରହିବ ‘ରାମୁ’ ହାତୀ । ଭରତପୁର ଜଙ୍ଗଲ ମାଟି ତଳୁ ରାମୁ ହାତୀର କଙ୍କାଳ କରାଯାଇଛି । ରାମୁ ହାତୀର ‘କଙ୍କାଳ’ର ସଂରକ୍ଷଣ ହୋଇ ରହିବ । ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ଏହି ଚର୍ଚ୍ଚିତ ଗଜରାଜଙ୍କୁ ଜନମାନସରେ ଚିରକାଳ ଜୀବନ୍ତ ରଖିବାକୁ ପକ୍ରିୟା ଆରମ୍ଭ କରିଛି ବନ୍ୟପ୍ରାଣୀ ବିଭାଗ । ପ୍ରାଣୀ ବିଜ୍ଞାନୀ ଡ. ଶିବ ପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ଜଣିଆ ଟିମ୍ ହାତୀର କଙ୍କାଳ ଉଦ୍ଧାର କରିଛନ୍ତି । ଆଗରୁ ୪ ଜଣିଆ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ସମ୍ପୃକ୍ତ ସ୍ଥାନକୁ ଯାଞ୍ଚ କରିଛନ୍ତି। ଚନ୍ଦକାର ଏହି ଚର୍ଚ୍ଚିତ ହାତୀକୁ ଲୋକଙ୍କ ମନରେ ଜୀବିତ ରଖିବାକୁ ଏଭଳି ଉଦ୍ୟମ କରାଯାଉଛି।
୨୦୨୪ ଅଗଷ୍ଟ ମାସ ୧୯ରେ ଭରତପୁର ଜଙ୍ଗଲରେ ରାମୁର ମୃତ୍ୟୁ ହୋଇଥିଲା। ଭରତପୁର ଜଙ୍ଗଲରେ ବୁଲୁଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ହୋଇଥିଲା । ଚନ୍ଦକା ଜଙ୍ଗଲରୁ ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ ଉଦ୍ଧାର କରାଯାଇଥିଲା । ରାମୁ ସବୁଠାରୁ ବୟସ୍କ ହାତୀ ଏବଂ ଶାନ୍ତ ସ୍ୱଭାବର ଥିଲା । ତେଣୁ ରାମୁର ସ୍ମୃତିକୁ ଉଜ୍ଜୀବିତ ରଖିବାକୁ ବନ ବିଭାଗ ରାମୁର କଙ୍କାଳ ସଂରକ୍ଷଣ କରି ରଖାଯିବ ।