ନୀଳଗିରି: ଶିକାରୀଙ୍କ ଯୋଜନାକୁ ପଣ୍ଡ କରି ଶିକାରୀଙ୍କୁ ଧରାଇ ଦେଇଛି ଏଆଇ କ୍ୟାମେରା ।
ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଥିବା କୁଳଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଶିକାରୀଙ୍କ କବଳରୁ ରକ୍ଷାପାଇବା ସହିତ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ଅଭୟାରଣ୍ୟରେ ଏଆଇ କ୍ୟାମେରା ଲାଗିଛି । ବନବିଭାଗ ପକ୍ଷରୁ ଗଛ ଉପରେ କ୍ୟାମେରା ଲଗାଯାଇଥିଲା । ଯାହା ସାହାଯ୍ୟରେ ଶିକାରୀ ଧରା ପଡିଛନ୍ତି।
ସୂଚନା ଅନୁଯାୟୀ ଗତ ୨ ତାରିଖ ଦିନ ଶିକାରୀ ମାନେ କୁଳଡିହା ଅଭୟାରଣ୍ୟ ଭିତରକୁ ଅବାଧରେ ଶିକାର କରିବାକୁ ଯାଇଥିଲେ। ଶିକାର କରୁଥିବା ବେଳେ ସେମାନଙ୍କ ଫଟୋ ଏଆଇ କ୍ୟାମେରାରେ କଏଦ ହୋଇଥିଲା । ପରେ ଚିହ୍ନଟ କରିବା ପରେ ବନବିଭାଗ ଶିକାରୀଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ଶୁକ୍ରବାର ରାତିରେ ନୀଳଗିରି କୁଳଡିହା ଓ ସୋର ବନବିଭାଗ ମିଳିତ ଭାବେ ବେତେଇ ଅଞ୍ଚଳରେ ଚଢ଼ାଉ କରିଥିଲେ। ୩ ଜଣ ଶିକାରୀ ଗିରଫ ହୋଇଥିବା ବେଳେ ୫ଟି ଦେଶୀ ବନ୍ଧୁକ ଜବତ ହୋଇଛନ୍ତି । ଶିକାରୀ ମାନେ ହେଲେ ବେତେଇ ନରସିଂହସିଲା ଗ୍ରାମର ଗୁରା ମୁଣ୍ଡା, ଗେଦେ ଦେଓଗାମ, ବିକ୍ରମ ମୁଣ୍ଡା । ଗିରଫ ପରେ ୩ ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି।