ଝାରସୁଗୁଡ଼ା: ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିକଟରେ ନିଆଁ ଲାଗିଛି । ଆଜି ବିମାନବନ୍ଦର ନିକଟରେ ଥିବା ଇଣ୍ଡିଆଲ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଡିପୋ ନିକଟରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଆଇସିଏଲ୍ ଡିପୋରେ ହଠାତ୍ କେଉଁ କାରଣବଶତଃ ନିଆଁ ଲାଗିଥିଲା । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ନିଆଁର ଭୟାବହତା ଏତେ ଧିରେ ଧିରେ ବିମାନ ବନ୍ଦର ଆଡ଼କୁ ଅଗ୍ରସର ହେଉଛି । ପ୍ରାୟ 5ଟି ଗାଡ଼ି 4 ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେବ ନିଆଁକୁ ଆୟତ୍ତ କରିବାକୁ ନାକେଦମ୍ ହେଲାଣି । ତଥାପି ନିଆଁ ବୋଲ ମାନୁନି । ହୁତୁହୁତୁ ହୋଇ ଗଛ ପତ୍ର ଜଳି ଯାଉଛି । କେଉଁ କାରଣରୁ ନଆଁ ଲାଗିଛି ତାହା ସ୍ପଷ୍ଟ ହୋଇନାହିଁ । କେହି ଜଣେ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି । କିଛି ସମୟ ମଧ୍ୟରେ ନିଆଁ ଆୟତ୍ତ ହୋଇଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।