ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଲ ଥାନା ଅନ୍ତର୍ଗତ ଗୁରୁଲିଆ ଘାଟିରେ ଏକ ଯାତ୍ରାପାର୍ଟି ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସ୍ ଓଲଟି ୨୦ରୁ ଉର୍ଦ୍ଧ୍ୱ କଳାକାର ଆହତ ହୋଇଛନ୍ତି ।
ବାଲେଶ୍ଵର ଜିଲ୍ଲାର ଏକ ଅପେରା ପାର୍ଟି ରିଆମାଳ ଥାନା ସୋଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡଙ୍ଗାପଥର ଗ୍ରାମକୁ ଯାତ୍ରା କରିବାକୁ ଯାଇଥିଲେ । ରାତିରେ ଯାତ୍ରା ପରିବେଷଣ କରି ସକାଳୁ ଫେରୁଥିଲେ । ବସଟି ଗୁରୁଲିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଂସର ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।