ଭୁବନେଶ୍ୱର: ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ଏକ ସିମ୍ ବକ୍ସ ରାକେଟର ପର୍ଦ୍ଦାଫାଶ୍ କରିଛି । ଚନ୍ଦ୍ରଶେଖର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି । ମୋଟ ୧୨ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି । ଏହା ସହିତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉଭୟ କେରଳ ରାଜ୍ୟର ହୋଇଥିବା ସୂଚନା ମିଳିଛି ।
ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସିମ୍ ବକ୍ସ ଜବତ କରିଛି । ଏମାନେ ବାଂଲାଦେଶର ବକ୍ସ ଏବଂ ଆସାମରୁ ସିମ୍ କିଣି ଭୁବନେଶ୍ୱରରେ କାମ କରୁଥିଲେ । ଏମାନେ ମଧ୍ୟ ପ୍ରାଚ୍ୟ ଦେଶର କଲକୁ ଲୋକାଲ୍ କଲରେ ପରିବର୍ତ୍ତନ କରି ଲୋକଙ୍କୁ ଲୁଟୁ ଥିଲେ ।
୨୦୨୪ ମସିହାରେ ଲକ୍ଷ୍ମୀସାଗର ଅଞ୍ଚଳରୁ ସିମ୍ ବକ୍ସ ଜବତ କରାଯାଇଥିଲା । ସିମ୍ ବକ୍ସ ଜରିଆରେ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ଦେଶରୁ କଲ୍ ଆସୁଥିଲା । ମାଷ୍ଟର ମାଇଣ୍ଡ ବାଂଲାଦେଶୀ ନାଗରିକ ଆଶାଦ୍ଦୁର ଜମାନ ଥିଲା । ସେହିପରି ପଶ୍ଚିମବଙ୍ଗର ରାଜୁ ମଣ୍ଡଳ ଏଜେଣ୍ଟ ଭାବେ କରୁଥିଲା । ମୋଟ ୫ଟି ସିମ୍ ବକ୍ସ ସହ ୨୫୫ ସିମ୍ ଆକ୍ଟିଭ ସିମ୍ ମିଳିଥିଲା। ପ୍ରାୟ ୧ ହଜାର ସିମ୍ ମିଳିଥିବାବେଳେ ସେଥିରୁ ୫୮ଟି ଅବ୍ୟବହୃତ ଥିଲା ।