ଭୁବନେଶ୍ୱର : ଅସଦାଚରଣ ମାମଲାରେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଟେଲି ଅଭିନେତ୍ରୀ ସୋମାଲିନ୍ ପରିଡା । ଅଭିଯୋଗକୁ ୩ ଦିନ ବିତିଥିଲେ ବି ପୋଲିସର ଆକ୍ସନ ବାବଦରେ କୌଣସି ସୂଚନା ନାହିଁ ବୋଲି ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି। FIR ଦେଇ ACPଙ୍କୁ ଅନେକ ଥର କଲ୍ କରିବା ସତ୍ତ୍ବେ ପଦକ୍ଷେପ ଶୂନ୍ ରହିଛି ବୋଲି କହିଛନ୍ତି ।
ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ଅଭିଯୁକ୍ତଙ୍କର ରାଜନୈତିକ ସଂପୃକ୍ତି ଥିବା ମୋ ପାଖରେ ପ୍ରମାଣ ରହିଛି । ମୋ ଘରକୁ ଆସି ବୟାନ ରେକର୍ଡ ପାଇଁ ପୋଲିସକୁ କହିଛି। ଏବେବି ଭୟଭୀତ, ବାହାରକୁ ଯିବାକୁ ମୋର ସାହସ ନାହିଁ ବୋଲି ସେ କହିଛନ୍ତି। ଏହା କ'ଣ ମହିଳାଙ୍କ ପ୍ରତି ସୁରକ୍ଷା ଓ ସମ୍ମାନ କହି ରୋଷ ଝାଡ଼ିଛନ୍ତି ଅଭିନେତ୍ରୀ ।ସେପଟେ ଏ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଥାଉକି ଗତ ଶନିବାର ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ଏକ ବାର୍ ଓ ରେଷ୍ଟୁରାଣ୍ଟରେ ଟେଲି ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିନେତ୍ରୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।