ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଟାଉନ ଥାନା ହାଜି ନାସିରୁଦ୍ଦିନ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ଶନିବାର ଗଣିତ ଶିକ୍ଷଖ ଶେଖ୍ ରିହାନଙ୍କୁ ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇଛନ୍ତି । ସେପଟେ ଘଟଣା ପରଠାରୁ ଗଣିତ ଶିକ୍ଷକ ଫେରାର ହୋଇଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ।
ଗତକାଲି ୭ମ ଛାତ୍ରୀ ଜଣ ତାଙ୍କୁ ଗଣିତ ଶିକ୍ଷକ ଶେଖ୍ ରିହାନ୍ ଅସଦାଚରଣ କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଆଜି ସକାଳେ ଅଭିଭାବକ ଏବଂ ସ୍ଥାନୀୟ ବାସିନ୍ଦା ବିଦ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ପ୍ରଧାନ ଶିକ୍ଷକ ଏବଂ ଗଣିତ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାବେଳେ ଉଭୟ ପକ୍ଷ ଯୁକ୍ତିତର୍କ ଲାଗିବା ସହ ଉକ୍ତ ଶିକ୍ଷକଙ୍କୁ ନିର୍ଧୁମ ଛେଚିଛନ୍ତି ।
ଏ ନେଇ ଛାତ୍ରୀଙ୍କ ମା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ତୁରନ୍ତ ବିଦ୍ୟାଳୟ ପହଁଚିବାବେଳକୁ ଅଭିଯୁକ୍ତ ଶିକ୍ଷକ ଚମ୍ପଟ୍ ମାରିଛନ୍ତି । ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଘଟଣାର ସତ୍ୟାସତ ଜାଣିବା ପାଇଁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ:- ମହାନଦୀ ଜଳ ବିବାଦ: ଆସନ୍ତା ୨୨ରେ କମିଟିର ପ୍ରଥମ ବୈଠକ