ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଅପେକ୍ଷିତ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ରାଜ୍ୟସଭା ସାଂସଦ ଦିଲ୍ଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।
ରେଳମନ୍ତ୍ରୀ ମନ୍ତ୍ରୀ କହିଛନ୍ତି ଯେ, ୨୦୦୩-୦୪ ରେଳ ବଜେଟରେ ୧୫୦ କିଲୋମିଟର ଦୀର୍ଘ ଏହି ରେଳପଥ ୭୨୭ କୋଟି ଟଙ୍କା ଆକଳନ କରାଯାଇ ୭୨୭ କୋଟି ଟଙ୍କା ଅନୁମୋଦନ କରାଯାଇଛି । ବର୍ତ୍ତମାନ ପ୍ରକଳ୍ପର ସଂଶୋଧିତ ବ୍ୟୟ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରକଳ୍ପରେ ୧,୯୦୧ କୋଟି ଟଙ୍କା ବ୍ୟୟ ହୋଇସାରିଛି ।
ସେହିପରି ରେଳ ମନ୍ତ୍ରୀ ପ୍ରକଳ୍ପ ବିଳମ୍ବ ନେଇ କହିଛନ୍ତି ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ବିଭିନ୍ନ ଆଇନଗତ ମାମଲା ରହିଥିବାରୁ ବିଳମ୍ବ ହୋଇଛି । ପ୍ରକଳ୍ପ ପାଇଁ ଆବଶ୍ୟକ ୮୬୩ ହେକ୍ଟର ଜମି ମଧ୍ୟରୁ ୭୫୬ ହେକ୍ଟର ଅଧିଗ୍ରହଣ କରାଯାଇଛି । ଏଥିରେ ୩୪୨ ହେକ୍ଟର ବେସରକାରୀ ଜମି, ୨୬୯ ହେକ୍ଟର ଜଙ୍ଗଲ ଜମି ଏବଂ ୧୪୬ ହେକ୍ଟର ସରକାରୀ ଜମି ରହିଛି । ଏବେବି ପ୍ରକଳ୍ପ ପାଇଁ ୧୦୭ ହେକ୍ଟର ଜମି ଅଧିଗ୍ରହଣ ବାକି ରହିଛି ।
ପ୍ରକଳ୍ପର ବିଭିନ୍ନ ଅଂଶରେ କାର୍ଯ୍ୟ ଅଗ୍ରଗତି ହୋଇଛି । ୪୮ କିଲୋମିଟର ତାଳଚେର-ଖମାର ରେଳପଥ ଚଳାଚଳ ପାଇଁ ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ଅଂଶରେ ଜମି ଉପଲବ୍ଧତା ଅନୁଯାୟୀ କାମ ଚାଲିଛି । ଖମାର-ଗୋଲାବନ୍ଧ ସେକ୍ସନ ପାଇଁ ଆବଶ୍ୟକ ୧୩୭ ହେକ୍ଟର ଜମି ମଧ୍ୟରୁ ୧୧୦ ହେକ୍ଟର ହେ ଅଧିଗ୍ରହଣ ହୋଇଛି । ଏଠାରେ ୬୧ଟି କ୍ଷୁଦ୍ର ସେତୁ ମଧ୍ୟରୁ ୪୧ଟି, ୧୧ଟି ରୋଡ୍ ଓଭର ବ୍ରିଜ୍ (ଜଙଈ) ମଧ୍ୟରୁ ୩ଟି ଏବଂ ୧୬ଟି ରୋଡ୍ ଅଣ୍ଡର ବ୍ରିଜ୍ (ଜଟଈ) ମଧ୍ୟରୁ ୧୨ଟିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ।
ମହୁଲଡିହା- ବିମଳାଗଡ଼ ସେକ୍ସନ ପାଇଁ ଆବଶ୍ୟକ ୧୩୪ ହେକ୍ଟର ଜମି ମଧ୍ୟରୁ ୧୦୮ ହେକ୍ଟର ଅଧୂଗ୍ରହଣ ହୋଇଛି । ଏହି ଅ ଅଂଶ ପାଇଁ ବନ ଓ ବନ୍ୟଜନ୍ତୁ ସମ୍ବନ୍ଧୀୟ ଅନୁମତି ମିଳିସାରିଛି । ଏଠାରେ ୭୨ଟି କ୍ଷୁଦ୍ର ସେତୁ ମଧ୍ୟରୁ ୩୯ଟି ଏବଂ ୨୫ଟି ରୋଡ୍ ଅଣ୍ଡର ବ୍ରିଜ୍ (ଜଟଈ ଔଈ ) ମଧ୍ୟରୁ ୧୨ଟି କାମ ଶେଷ ହୋଇଛି । ସେହିପରି ଗୋଲାବନ୍ଧ - ମହୁଲଡିହା ସେକ୍ସନରେ ଆବଶ୍ୟକ ୧୧ ୧୧୩ ହେକ୍ଟର ଜମି ମଧ୍ୟରୁ ୬୯ ହେକ୍ଟର ଅଧୂଗ୍ରହଣ କରାଯାଇଛି ଏବଂ ଅବଶିଷ୍ଟ ଜମି ଅଗ୍ରହଣ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।