ମୁମ୍ବାଇ: ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ନାୟିକା ଶବାନା ଆଜମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ସେ ଏଚୱାନ୍ଏନୱାନ୍ ସଂକ୍ରମିତ ହୋଇଥିବା ରକ୍ତ ନମୂନା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ନିଜକୁ ଆଗାମୀ ପାଞ୍ଚ ଦିନ ଯାଏ ସଂଘରୋଧରେ ରଖିଥିବା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ।
ଶାବନା ଦିଲ୍ଲୀର ଜନ୍ତରମନ୍ତରରେ ଛାତ୍ରମାନଙ୍କୁ ଜୋରଦାର ସମର୍ଥନ କରୁଛନ୍ତି । ସେ ଏକ ଆନ୍ଦୋଳନରେ ଯୋଗ ଦେବାକୁ ଯାଇଥିବାବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ପରେ ସେ ନିଜକୁ ସଂଘରୋଧରେ ରଖିଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି, “ମୋର ପ୍ରିୟ ମୁମ୍ବାଇବାସୀ, ମୁଁ କାଲି ପ୍ରତିବାଦରେ ଆପଣଙ୍କ ସହିତ ଯୋଗଦେବାର ଥିଲା, କିନ୍ତୁ ମୁଁ ଏଚୱାନଏନୱାନ ସଂକ୍ରମିତ ହୋଇଛି ଏବଂ ଆଗାମୀ ପାଞ୍ଚ ଦିନ ପାଇଁ ସଂଘରୋଧରେ ରହିବାକୁ ପଡିବ। ତଥାପି, ମୁଁ ଆପଣଙ୍କ ପ୍ରତି ମୋର ସମର୍ଥନ ଏବଂ କୃତଜ୍ଞତା ପ୍ରକାଶ କରିବାକୁ ଚାହୁଁଛି ।”