ଭୁବନେଶ୍ବର; ଖୁବଶୀଘ୍ର ଭୁବନେଶ୍ବରରେ ହେବ ସାଇନ୍ସ ସିଟି । ଏ ନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ପ୍ରଦାନ ଦେଇଛନ୍ତି । ସେ କହିଛନ୍ତି ଯେ, ପ୍ରସ୍ତାବିତ ସାଇନ୍ସ ସିଟି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ନବସୃଜନ, ଶିକ୍ଷଣ ଏବଂ ଜନସାଧାରଣଙ୍କ ସମ୍ପୃକ୍ତିର ଏକ କେନ୍ଦ୍ର ଭାବରେ କାର୍ୟ୍ୟ କରିବ।
ନିକଟରେ ମୁଁ ସମ୍ପ୍ରତି ଗୁଜରାଟର ଅହମ୍ମଦାବାଦରେ ଥିବା ସାଇନ୍ସ ସିଟିର ଗଠନ ଏବଂ କାର୍ୟ୍ୟକାରିତା ଅଧ୍ୟୟନ କରିବା ପାଇଁ ପରିଦର୍ଶନ କରିଥିଲି। ଏହାର ମଡେଲରେ ଅନୁପ୍ରାଣିତ ହୋଇ ଏବଂ ମୁଖ୍ୟମନ୍ତ୍ରୀ ମାଝୀଙ୍କ ପରାମର୍ଶ ଅନୁସରଣ କରି, ଆମେ ଭୁବନେଶ୍ୱରରେ ସମାନ ସୁବିଧା ବିକଶିତ କରିବାକୁ ନିଷ୍ପତ୍ତି ନେଇଛୁ।
ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଭାବନାକୁ ଉତ୍ସାହିତ କରିବା ପାଇଁ ଆମେ ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ବିଜ୍ଞାନ ସମ୍ବନ୍ଧୀୟ ପ୍ରକଳ୍ପ ତାହା ଏକ ସାଇନ୍ସ ପାର୍କ, ସାଇନ୍ସ ସେଣ୍ଟର ଅବା ପ୍ଲାନେଟୋରିୟମ୍ ଭାବେ ବିକଶିତ କରିବାକୁ ଯୋଜନା କରୁଛୁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି ।