ପାରାଦୀପ : ପୁଣି ଗଡ଼ିଲା ମୁଣ୍ଡ। ରାସ୍ତା ନୁହେଁ ତ ମରଣ ଯନ୍ତା। ପାରାଦୀପ ଅଠରବାଙ୍କୀ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍। ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ। ମୃତକ ହେଲେ ପାରାଦୀପ ଇଲେକ୍ଟ୍ରିକାଲ ଡିଭିଜନରେ ଡିଏଲାର ଅଜିତ ହେମରମ୍। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାନୁଯାୟୀ , ପାରାଦୀପ ଇଲେକ୍ଟ୍ରିକାଲ ଡିଭିଜନରେ ଡିଏଲାର୍ ଭାବେ କାର୍ଯ୍ୟ କରୁଥିବା ଅଜିତ ହେମରମ୍ କାର୍ଯ୍ୟ ସାରି ନିଜ ଘର ପାରାଦୀପ ଗଡକୁ ଯାଉଥିବା ସମୟରେ ପଛପଟୁ ଦୃତଗତିରେ ଆସୁଥିବା ଅର୍ଣ୍ଣପୂର୍ଣ୍ଣା ନାମକ ବସଟି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଅଜିତଙ୍କ ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣା ଘଟାଇ ବସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଚି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଖବରପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି।