ନୂଆଦିଲ୍ଲୀ: ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି । ଦୁଇ ଦେଶ ପକ୍ଷରୁ ପ୍ରବଳ ମିସାଇଲ୍ ଆକ୍ରମଣ କରାଯାଉଛି । ତେବେ ଏହାରି ମଧ୍ୟରେ ଭାରତୀୟ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଉତ୍ତର ଓ ପଶ୍ଚିମ ଭାରତରେ ବିମାନବନ୍ଦରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ତ୍ୱରିତ ପଦକ୍ଷେପ ସ୍ୱରୂପ 24ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ କରାଯାଇଛି ।
ଚଣ୍ଡିଗଡ଼, ଶ୍ରୀନଗର, ଅମୃତସର, ଲୁଧିଆନା, ଭୁନ୍ତର, କିଶେନଗଡ଼, ପଟିଆଲା, କାଙ୍ଗ୍ରା-ଗଗାଲ, ଭାଟିଣ୍ଡା, ଜୈସଲମେର, ଯୋଦ୍ଧପୁର, ବିକାନେର, ହତୱାରା, ପଠାନକୋଟ, ଜମ୍ମୁ, ଲେହ, ମୁଣ୍ଡ୍ରା, ଗୁଜୁରାଟର ଜାମନଗର, ହିରାସର, ପୋରବନ୍ଦର, କେଶଡ଼, କାଣ୍ଡ୍ଲା ଏବଂ ଭୁଜ ବିମାନବନ୍ଦରକୁ ବନ୍ଦ କରାଯାଇଛି ।