ଭାରତ ପାକିସ୍ତାନର ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିବା ମାତ୍ରେ ଆତଙ୍କିତ ପଡ଼ୋଶୀ ଭାରତର ୧୫ଟି ସହର ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା, ଯାହାକୁ ଭାରତ ଦ୍ୱାରା ପଣ୍ଡ କରାଯାଇଥିଲା। ପାକିସ୍ତାନର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ S-400 ‘ସୁଦର୍ଶନ ଚକ୍ର’ କୁ ବ୍ୟବହାର କରିଛି। ଭାରତ ପ୍ରଥମ ଥର ପାଇଁ ଏହି ଚମତ୍କାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରିଛି, ଯାହାକୁ ସେ ତା'ର ପୁରୁଣା ବନ୍ଧୁ ରୁଷଠାରୁ କିଣିଥିଲା, ହେଲେ ଏହାକୁ କିଣିବା ଏତେ ସହଜ ନଥିଲା। ଆମେରିକା ଏଥିରେ ବଡ଼ ବାଧା ଦେଇଥିଲା। ଏପରିକି ଚାପ ପକାଇ ଧମକ ଦେଇ ନ କିଣିବାକୁ ପ୍ରତିବନ୍ଧକ ସାଜୁଥିଲା।
ଆମେରିକାର ବିରୋଧ ସତ୍ତ୍ୱେ ଋଷ ଠାରୁ କିଣିଲା ଭାରତ:
୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶିଖର ବୈଠକ ସମୟରେ S-400 ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଆମେରିକା ଏହି ଚୁକ୍ତିକୁ ବିରୋଧ କରି CAATSA ଅଧୀନରେ ଭାରତ ଉପରେ ପ୍ରତିବନ୍ଧକ ଲାଗୁ କରିବାର ଆଶଙ୍କା ଥିଲା, କିନ୍ତୁ ଭାରତ ଚାଇନା ଏବଂ ପାକିସ୍ତାନରୁ ସାମରିକ ବିପଦକୁ ଦୃଷ୍ଟିରେ ରଖି ଏହି ଅତ୍ୟାଧୁନିକ ବ୍ୟବସ୍ଥା କ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଭାରତର ରୁଷ ସହିତ ଦୀର୍ଘକାଳୀନ ସାମରିକ ସହଯୋଗିତା ଏବଂ ଜାତୀୟ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତାର ପ୍ରମାଣ ଦେଇଛି।
ଭାରତ ପୂର୍ବରୁ ତିନୋଟି S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇସାରିଛି ଏବଂ ଆଉ ଦୁଇଟି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ବାକି ଦୁଇଟି ସିଷ୍ଟମର ଆସିବା ବିଳମ୍ବ ହେଉଛି। ତେବେ ଗତ ବର୍ଷ ଅକ୍ଟୋବରରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ୍ ଏପି ସିଂହ କହିଥିଲେ ଯେ ଭାରତ ୨୦୨୫ ସୁଦ୍ଧା ବାକି ଦୁଇଟି କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ପାଇବ।
ସୁଦର୍ଶନ ସାଜିଲା ରକ୍ଷା କବଚ:
ଗତକାଲି ରାତିରେ ଆମେ ଭାରତୀୟ ବାୟୁସେନାରେ S-400 ସାମିଲ ହେବା ପରେ ଭାରତୀୟ ସେନା କେତେ ଶକ୍ତିଶାଳୀ ହୋଇଛି ତାହାର ଏକ ମହାନ ଉଦାହରଣ ଦେଖିଲୁ। ଅପରେସନ ସିନ୍ଦୁରର ଜବାବରେ, ପାକିସ୍ତାନ ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଏବଂ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା କିନ୍ତୁ S-400 ପାକିସ୍ତାନର ସମସ୍ତ ପ୍ରୟାସକୁ ବିଫଳ କରିଦେଇଛି।
S-400 ଆସିବା ପରେ ସେନା ଅଧିକ ଶକ୍ତିଶାଳୀ ହୋଇଛି, ଏହା ଏତେ ସ୍ୱତନ୍ତ୍ର କାହିଁକି?
- S-400 ଭାରତର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ । S-400 ମିସାଇଲ ସିଷ୍ଟମ କୌଣସି ବି ଏୟାର ଆଟାକରୁ ଦେଶକୁ ରକ୍ଷା କରିପାରେ । ଏହି ମିସାଇଲ ଋଷଠାରୁ କିଣାଯାଇଥିଲା । ଏହାକୁ ୫ ଅରବ ଡଲାରରେ କିଣାଯିବା ପାଇଁ ଡିଲ୍ ହୋଇଥିଲା । ଆଉ ୨୦୧୮ରେ ଏହାକୁ ସେନାରେ ସାମିଲ କରାଯାଇଥିଲା । ଏହା ଏତେ ଶକ୍ତିଶାଳୀ ଯେ ଆଡଭାନ୍ସ ଫାଇଟର ଜେଟକୁ ବି ଧ୍ୱଂସ କରିଦେଇପାରେ ।
- S-400 କୁ ବିଶ୍ୱର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଭାବରେ ବିବେଚନା କରାଯାଏ । ଋଷର ଆଲମାଜ ଏଣ୍ଟି ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ନିର୍ମାଣ କରିଛି ।
- ୪୦୦ କିଲୋମିଟର୍ ଦୂରତା ଭିତରେ ଯେକୌଣସି କ୍ଷେପଣାସ୍ତ୍ରକୁ ଆକାଶରେ ହିଁ ଅକାମୀ କରିପାରିବ ଏହି ଆଂଟି ମିସାଇଲ୍ ସିଷ୍ଟମ୍
- ଶତ୍ରୁପକ୍ଷର ମିସାଇଲ, ଲଢ଼ୁଆ ବିମାନ୍ ଓ ଡ୍ରୋନକୁ ଏହା ଠାବ କରିବା ସହ ମୁହୂର୍ତ୍ତକ ମଧ୍ୟରେ ଧ୍ୱଂସ ମଧ୍ୟ କରିପାରିବ
- ଏକାବେଳେ ୩୦୦ ରାଡାରକୁ ଚିହ୍ନଟ କରିବାରେ ଏହା ସକ୍ଷମ
- ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା S-400 ସିଷ୍ଟମ୍ ହେଉଛି ସବୁଠୁ ଶକ୍ତିଶାଳୀ ଓ ଆଧୁନିକ କ୍ଷେପଣାସ୍ତ୍ର ବିଧ୍ୱଂସକ ବ୍ୟବସ୍ଥା
- S-400ରେ ଦୁଇଟି ପୃଥକ ରାଡାର ସିଷ୍ଟମ ଅଛି, ଯାହା ୬୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଆକାଶ ମାର୍ଗରେ ଲକ୍ଷ୍ୟଭେଦ କରିପାରିବ ଏବଂ ଏକକାଳୀନ ୮୦ଟି ଆକାଶ ମାର୍ଗକୁ ଲକ୍ଷ୍ୟଭେଦ କରିପାରିବ ।
- ଏହା ଏପରି ଏକ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା ଯାହା ଦେଶକୁ ରଖିବ ଶକ୍ତ ସୁରକ୍ଷା ବଳୟ ଭିତରେ । ବର୍ତ୍ତମାନ ବିଶ୍ୱର ସବୁଠୁ ଆଧୁନିକ ହେଉଛି
- S-400 । ସୁପରସୋନିକ୍ ଓ ହାଇପରସୋନିକ୍ ବେଗରେ କାମ କରିବ ଏହି ଆଣ୍ଟି ମିସାଇଲ୍ ଡିଫେନ୍ସ ସିଷ୍ଟମ୍ । ନିମିଷକ ମଧ୍ୟରେ ଭୂପୃଷ୍ଠରୁ ଆକାଶକୁ ଚିରି ଶକ୍ତିଶାଳୀ ମିସାଇଲକୁ ମିଳାଇଦେବ ।
ଅଧିକ ପଢନ୍ତୁ: 'ଅପରେସନ୍ ସିନ୍ଦୂର' ୨୪ ଘଣ୍ଟା ନ ବିତୁଣୁ ପାକିସ୍ତାନ ପାଖରେ ସରିଗଲା ଅସ୍ତ୍ରଶସ୍ତ୍ର? ଶାହିଦ୍-୧୨୬ ଡ୍ରୋନ ଦେବାକୁ ଇରାନକୁ ମାଗିଲା ସହାୟତା