କଟକ: ଶକ୍ତି ପୀଠରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା । ସମ୍ପୁର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଏଥିପାଇଁ ଉତ୍ସବ ମୁଖର ରାଜ୍ୟର ବିଭିନ୍ନ ଶକ୍ତିପୀଠ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି ।
ଏହି କ୍ରମରେ ଗତକାଲି ମାଆ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଆଜି ମାଆ ଭୁବନେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ହୋମପାଠ, ଯଜ୍ଞ ମନ୍ତ୍ର ଓ ବେଦ ଧ୍ବନୀରେ ପ୍ରକମ୍ପିତ ହେଉଛି ମା କଟକ ଚଣ୍ଡୀଙ୍କ ମନ୍ଦିର ପରିବେଶ । ମାଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଧାଇଁ ଆସୁଛନ୍ତି ହଜାର ହଜାର ଭକ୍ତ । ତେବେ ମୂଳାଷ୍ଟମୀରୁ ମାଆଙ୍କର ପୂଜା ଓ ବେଶ ଆରମ୍ଭ ହୋଇଥିବା ବେଳେ ଦଶହରା ପର୍ଯ୍ୟନ୍ତ ମାଆ କଟକ ଚଣ୍ଡୀ ୧୬ଟି ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେବେ ।
ଅଧିକ ପଢନ୍ତୁ; ଲଘୁଚାପ ପ୍ରଭାବରେ ବର୍ଷା ଜାରି; ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା