ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ସାପ କାମୁଡ଼ାରେ ଏକ ଅଜା ଓ ନାତିଙ୍କର ମୃତ୍ୟୁ ହୋଇଛି। ଟିକାୟତପାଲି ଥାନା ତିଲେଇମାଲ ଗାଁ ଭୂଆଁ ସାହି ଘଟିଛି ଅଘଟଣ। ମୃତକ ଅଜା ରବି ନାଏକ (୬୮ ବର୍ଷ) ଏବଂ ନାତି ସଞ୍ଜୟ ନାଏକ (୧୧ ବର୍ଷ)। ଉଭୟେ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଣାଇ ମେଡିକାଲ୍ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।