ପୁରୀ: ପୁରୀ ଜିଲ୍ଲା ବାଲିହରଚଣ୍ଡୀ ପୀଠରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଆନ୍ଧ୍ରପ୍ରଦେଶର ମନୋଜ ବେହେରା । ପୀଡିତା ପୁରୀ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କର ଡାକ୍ତରୀ ମାଇନା କରାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ଶନିବାର ବାଲିହରଚଣ୍ଡୀ ପୀଠକୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ପାଖରେ ଥିବା ଜଙ୍ଗଲ ନିକଟରେ ବସି କଥା ହେଉଥିବା ବେଳେ ସ୍ଥାନୀୟ ଚଣ୍ଡୀଫୁଟ ଗ୍ରାମର ଚାରି ଜଣ ଯୁବକ ସେମାନଙ୍କର ଫଟୋଚିତ୍ର ଫଟୋଚିତ୍ର ଉତୋଳନ କରିବା ସହିତ ତାଙ୍କୁ ବ୍ଲାକମେଲିଂ କରିଥିଲେ । ଏହାସହ ସେମାନଙ୍କ ଠାରୁ ୨ ହଜାର ଟଙ୍କା ଛଡାଇ ନେଇଥିଲେ । ଏହାପରେ ସେମାନେ ପୁରୁଷ ବନ୍ଧୁଙ୍କୁ ଏକ ଗଛରେ ବାନ୍ଧ ତାଙ୍କ ଆଗରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ ।
ତେବେ ଘଟଣାକୁ ନେଇ ପୀଡିତା ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତିନି ଜଣଙ୍କୁ ଉଠାଇ ନେଇଥିବା ବେଳେ ମାଷ୍ଟର ମାଇଣ୍ଡକୁ ଖୋଜୁଥିଲା । ଆଉ ଆଜି ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ; କାର୍ ଓ ବାଇକକୁ ପିଟିଲା ବୋଲେରୋ, ଜଣେ ଗୁରୁତର