ବରଗଡ଼: ଶିକ୍ଷା ଅଧିକାରୀଙ୍କ ଅଶିକ୍ଷିତ କାମ । ମହିଳା ସିଆରସିସିଙ୍କୁ ଯୌନ ନିର୍ଯ୍ୟାତନା ଦେବା ମାମଲାରେ ଖେଳ ଶିକ୍ଷକଙ୍କଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷା ଅଧିକାରୀ ପର୍ଯ୍ୟନ୍ତ ଗିରଫ ହୋଇଛନ୍ତି । ବରଗଡ଼ ପୋଲିସ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତି ସାହୁ, ସଦର ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଏବଂ ସତଲମା ବିଦ୍ୟାଳୟର ଖେଳ ଶିକ୍ଷକ ସମୀର ପାଣିଗ୍ରାହୀଙ୍କୁ ଗିରଫ କରିଛି ।
ପ୍ରାପ୍ତ ସୂଚନା ଅନୁସାରେ, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ବିଇଓ ନିଜ କାର୍ଯ୍ୟାଳୟକୁ ଡାକି ସିଆରସିସିଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ଉକ୍ତ ମହିଳା । ଏ ନେଇ ମହିଳା ଜଣଙ୍କ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ । ଏତଲାରେ ଡିଇଓ, ବିଇଓ ଏବଂ ଖେଳ ଶିକ୍ଷକଙ୍କ ନାମ ଉଲ୍ଲେଖ କରାଯାଇଥିଲା । ପୋଲିସ ଗତକାଲି ଅପରାହ୍ଣରେ ଦୁଇ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଅଭିଯୋଗ ସତ ପ୍ରମାଣିତ ହେବା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସେପଟେ ପୋଲିସ ପୀଡ଼ିତା ସିଆରସିସିଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।