ଭୁବନେଶ୍ୱର: ଆଜି ବିଧାନସଭା ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିଛି । କିନ୍ତୁ ଦିନିକିଆ ଅଧିବେଶନରେ ମଧ୍ୟ ଗୃହରେ ପ୍ରବଳ ହଙ୍ଗାମା ହୋଇଛି । ଗୃହରେ କଙ୍କାଳ ଝଡ଼ ଉଠିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ଯାହାର କଡ଼ା ଜବାବ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିପରି କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗରେ ଗୃହରେ ନାରାବାଜି କରିଛି । ତଥାପି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଆଗତ କରିଛନ୍ତି ।
ଆଜି ଦିନିକିଆ ସ୍ୱତନ୍ତ୍ର ଅଧିବେଶନରେ ଭାରତର ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା ।ସମ୍ବିଧାନର ଧାରା ୧୭୪ ଉପଧାରା ଏକ ଆଧାରରେ ଏହି ଅଧିବେଶନ ଡକାଯାଇଛି। କିନ୍ତୁ ଏହି ପ୍ରସଙ୍ଗରୁ ବାହାରି ବିରୋଧୀ କଙ୍କାଳ ବୋହିବା ପ୍ରସଙ୍ଗ ଉଠାଇଥିଲେ । କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ । ବିରୋଧୀ ଦଳ ନେତା ନବୀନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି । ନବୀନ ତାଙ୍କ ଅଭିଭାଷଣରେ କହିଛନ୍ତି ସ୍ୱତନ୍ତ୍ର ଅଧିବେସନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲି। କିନ୍ତୁ ମହିଳା ଙ୍କ କଙ୍କାଳ ମାଟି ତଳୁ ବାହାରକରି ବ୍ୟାଙ୍କ ରେ ପ୍ରମାଣ ଦେବା ଏ କିଭଳି ମହିଳା ସଶକ୍ତିକରଣ । ଏହା ପୁଣି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିଛି। ପ୍ରଶାସନର ଉତ୍ତର ଦାୟିତ୍ଵ ନାହିଁ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। ଡବଲ ଇଞ୍ଜିନ ସରକାରରେ କେନ୍ଦ୍ର ସରକାରଙ୍କ ଅଧିନରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଆସୁଛି। ଏହି ଘଟଣା ପରେ ରାଜ୍ୟରେ ଅବସ୍ଥା କଣ ଭାବିବା ଉଚିତ ବୋଲି କହିଛନ୍ତି ନବୀନ। ପ୍ରଥମ୍ ଥର ପାଇଁ ଆମେରିକା ଓଡ଼ିଶାକୁ ନ ଯିବାକୁ ନିର୍ଦ୍ଦେଶ ଜାରି କଲା । ମହିଳା ସଂରକ୍ଷଣ ବିଲ ସଂସଦରେ ୨୦୨୩ ରେ ପାସ ହୋଇଛି ।ଏହାକୁ ବିଜେଡି ସମର୍ଥନ କରିଛି । ଓଡ଼ିଶା ଓ ବିଜୁ ପଟ୍ଟନାୟକ ପ୍ରଥମ ରାଜ୍ୟ ଭାବେ ମହିଳାଂକ ପାଇଁ ସଂରକ୍ଷଣ ଲାଗୁ କରିଛି। ବିଜେଡି ସରକାରରେ ଏହାକୁ ବୃଦ୍ଧି କରାଯାଇ ୫୦ ପ୍ରତିଶତ ସଂରକ୍ଷଣ କରିଥିଲା। ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା। ୨୦୧୯ ଓ ୨୦୨୪ ରେ ଲୋକସଭାରେ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ଦେଇଥିଲା ବିଜେଡି। ବିଜେପି ତାହା କରିଥିଲା କି ? ବିଜେପି କିଛି କରିନି କେବଳ ମିଛ ପ୍ରଚାର କରୁଛି। ଡି ଲିମିଟେସନ ରେ ଓଡ଼ିଶା କ୍ଷତି ସହୁଥିବାରୁ ସବୁ ସାଂସଦଙ୍କୁ ଚିଠି ଲେଖିଥିଲି। ଡି ଲିମିଟେସନ ବିଲ ଲୋକଙ୍କ ରାଜନୀତିକ ପ୍ରତିନିଧିତ୍ୱ ହ୍ରାସ କରିବ।
ବିଜେପି ବିଧାୟକ ଓଡ଼ିଆରେ କହିବାକୁ ଅନୁରୋଧ କରିବାରୁଓଡ଼ିଆରେ କହୁଛି ବୋଲି କହିଥିଲେ ନବୀନ। ନବୀନ ଓଡ଼ିଆରେ କହିଥିଲେ ଓଡ଼ିଶା ବାସୀଙ୍କୁ ଭରସା ଦେଉଛି ମୁଁ ଥିବା ଯାଏଁ ଓଡ଼ିଶା ବାସୀଙ୍କୁ ତାଙ୍କ ହକ୍ ରୁ କେହି ବଞ୍ଚିତ କରିପାରିବେନି ।ବିଜେପି ବିଧାୟକମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି , ଏହା ବନ୍ଦ କରନ୍ତୁ ବୋଲି ନବୀନ କହିଛନ୍ତି ।
ସେହିପରି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଙ୍କାଳ ବୁହା ପ୍ରସଙ୍ଗରେ ଆଉ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କରିଛନ୍ତି । ଏହି ପ୍ରସଙ୍ଗ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା ହେବା ଉଚିବ । ରାଜ୍ୟରେ ଆର୍ଥିକ ପରିସ୍ଥିତିକୁ ନେଇ ଆଲୋଚନା ହେବା ଦରକାର ବୋଲି କହିଛନ୍ତି ବିଧାୟକ ।
ସେପଟେ ଗୃହରେ ନବୀନଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ ନବୀନଙ୍କୁ ଦାନ ମାଝୀ ଘଟଣାକୁ ମନେ ପକାଇଦେଇଛନ୍ତି । ଦାନ ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହୋଇଥିଲା । ସେତେବେଳେ ନବୀନ ବାବୁ କଣ କରୁଥିଲେ । ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ନବୀନ ବାବୁଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି । ସେହିପରି ଉପ ମୁଖ୍ୟମନ୍ତ୍ରୀ କଂଗ୍ରେସର ୪୦ ବର୍ଷ ଶାସନ ଉପରେ ବର୍ଷିଥିଲେ । ଏତେ ବର୍ଷ ଶାସନରେ ରହି ମହିଳାଙ୍କ ପାଇଁ କିଛି କଲେ ନାହିଁ। ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି । କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା କିପରି ଆଗକୁ ଯାଉ ଚିନ୍ତା କରୁଛନ୍ତି। 2023ରେ ଯେଉଁ ବିଲ ଆସିଲା ତାକୁ ସମର୍ଥନ କଲେ ଏବେ ବିରୋଧ କରୁଛନ୍ତି। କଂଗ୍ରେସ ଏବଂ ବିଜେଡ଼ି ଗୋଟିଏ ରାସ୍ତାରେ ଯାଉଛନ୍ତି । କେବଳ ମହିଳାଙ୍କ ଭୋଟ ହାତେଇବା ପାଇଁ ୨୦୧୮ରେ ମହିଳା ସଂରକ୍ଷଣ ବିଲ୍ ବିଧାନସଭାରେ ଆଣିଥିଲେ। କିନ୍ତୁ ଲୋକସଭାରେ ସାଂସଦ ନ ଥିବାରୁ ବିଜେପି ସାଂସଦଙ୍କୁ ଚିଠି ଲେଖିଛନ୍ତି । ଯାହାକି ଏକ ଛଳନା । ମହିଳାମାନେ ନେତା ହୋଇଯିବା ଭୟରେ ବିଜେଡ଼ି ସମର୍ଥନ କଲା ନାହିଁ । ଇତିହାସ ଏମାନଙ୍କୁ କେବେ କ୍ଷମା ଦେବ ନାହିଁ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।