ନୂଆଦିଲ୍ଲୀ: ପ୍ରତିଶୋଧ ପରାୟଣ ହୋଇ ଭାରତର ବାୟୁସେନା ଠିକଣା ଉପରକୁ କରିଥିବା ଆକ୍ରମଣ ସମ୍ପୂର୍ଣ୍ଣ ଭଣ୍ଡୁର ହୋଇଯାଇଛି । ଗୁଜରାଟ, ରାଜସ୍ଥାନ ଏବଂ ଜମ୍ମୁ-କାଶ୍ମୀରେ ପାକିସ୍ତାନ 100ରୁ ଉର୍ଦ୍ଧ୍ୱ ମିସାଇଲକୁ ଭାରତର ବାୟୁ ପ୍ରତିରକ୍ଷା ଦ୍ୱାରା ନଷ୍ଟ କରାଯାଇଛି । ତେବେ ଏହାର ପ୍ରତିଉତ୍ତରରେ ଭାରତ କଡ଼ା ଜବାବ ଦେଇଛି । ପାକିସ୍ତାନର ପ୍ରମୁଖ ସହରରେ ଏବେ ନିଆଁ ବର୍ଷା କରିଛି ଭାରତୀୟ ବାୟୁସେନା । ଲାହୋର, କରାଚୀ, ସିଆଲକୋଟ, ପେଶାୱାର ଆଦି ସହର ମିସାଇଲ୍ ମାଡ଼ କରିଛି ବାୟୁ ସେନା ।
ଅନ୍ୟପକ୍ଷରେ ଭାରତ ଉପରେ ଆକ୍ରମଣ ସମୟରେ ମୁହଁ ତୋଡ଼ ଜବାବ ଦେଇଛି ଭାରତ । ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ପଠା ଯାଇଥିବା ଯୁଦ୍ଧ ବିମାନକୁ ମାରି ଖସାଇ ଦିଆଯାଇଛି । ପାକିସ୍ତାନର ସବୁଠାରୁ ଲଢ଼ୁଆ ଯୁଦ୍ଧ ବିମାନ JF-17 ଓ F16 ବିମାନକୁ ନଷ୍ଟ କରାଯାଇଛି । ରାଜସ୍ଥାନ ଜୈସଲେମରରେ JF-17 ଯୁଦ୍ଧ ବିମାନର ଜଣେ ପାକିସ୍ତାନୀ ପାଇଲଟଙ୍କୁ ଜୀବନ୍ତ ଧରା ଯାଇଥିବା ଜଣାପଡ଼ିଛି । ସେହିପରି ପଞ୍ଜାବର ପଠାନକୋଟରେ ମଧ୍ୟ ଏକ ଫାଇଟର୍ ଜେଟକୁ ସେନା ମାରିକି ଖସାଇ ଦେଇଛନ୍ତି । ତେବେ ଏ ନେଇ କୌଣସି ସରକାରୀ ସୂଚନା ଆସି ନାହିଁ ।