କୋଲକାତା: କୋଲକାତାରେ ପହଞ୍ଚିଥିଲେ ବିଶ୍ଵର ଖ୍ୟାତାନାମା ଫୁଟବଲ ତାରକା ଆର୍ଜେଣ୍ଟିନାର ଲିଓନେଲ ମେସି। କେତେ ଆଶା ଥିଲା ମେସିଙ୍କୁ ନିଜ ଆଖିରେ ଦେଖିବେ, କାର୍ଯ୍ୟକ୍ରମର ମଜା ଉଠାଇବେ। ସେଥିପାଇଁ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ପୂରା ଦର୍ଶକରେ ଭରି ରହିଥିଲା। କିନ୍ତୁ ସବୁ କିଛି ବଦଳିଗଲା। ନିଜର ପ୍ରିୟ ଖେଳାଲି ଲିଓନେଲ ମେସି ପଡ଼ିଆକୁ ପ୍ରବେଶ କଲେ। ହେଲେ ତାଙ୍କୁ ଠିକରେ ଦେଖି ପାରିଲେନି ଦର୍ଶକ। ତା ପରେ କ୍ରୋଧରେ ଜର୍ଜରିତ ଦର୍ଶକ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି। ପୂରା ଷ୍ଟାଡିୟମ ରଣକ୍ଷେତ୍ରରେ ପରିଣତ ହୋଇଛି। ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଛି।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଃଖ ପ୍ରକାଶ କରିବା ସହ ଲିଓନେଲ ମେସିଙ୍କ ସହ ତାଙ୍କର ସମର୍ଥକଙ୍କୁ କ୍ଷମା ମାଗିଛନ୍ତି। ଘଟଣାର ଯାଞ୍ଚ ପାଇଁ ସ୍ଵତନ୍ତ୍ର ତଦନ୍ତ କମିଟି ଗଠନ କରାଯାଇଛି। ଏସବୁ ମଧ୍ୟରେ କାର୍ଯ୍ୟକ୍ରମର ଆୟୋଜକ ସତଦ୍ରୁ ଦତ୍ତଙ୍କୁ ପୋଲିସ ଗିରଫ କରିଛି। ଏହା ସହିତ ପ୍ରଶଂସକଙ୍କୁ ଆଶ୍ଵାସନା ଦିଆଯାଇଛି ଯେ, ସେମାନଙ୍କ ଟିକେଟ୍ ପଇସା ଫେରସ୍ତ କରାଯିବ।
ପଶ୍ଚିମବଙ୍ଗର ଏଡିଜି ଆଇନ ଏବଂ ଶୃଙ୍ଖଳା ଜାଭେଦ ଶାମିମ କହିଛନ୍ତି, ଆମେ ବର୍ତ୍ତମାନ ମାମଲାର ତଦନ୍ତ କରୁଛୁ। କାହିଁକି ଏମିତି ସମସ୍ୟା ଉପୁଜିଲା, ତାର ଯାଞ୍ଚ କରୁଛୁ। ଏଫଆଇଆର ରୁଜୁ କରାଯାଇଛି। ଆମକୁ ଶାନ୍ତି ଫେରାଇ ଆଣିବାକୁ ପଡିବ, ଏବଂ ଆମେ ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ। ଯାତାୟାତ ସ୍ୱାଭାବିକ ଅଛି, ଏବଂ କୌଣସି ଦର୍ଶକ ଆହ ହୋଇ ନାହାନ୍ତି ତ କିମ୍ବା ବଡ଼ ଘଟଣା ଘଟିନାହିଁ। ଲୋକମାନେ ସୁରକ୍ଷିତ ଭାବରେ ଘରକୁ ଫେରୁଛନ୍ତି। ବାହାରେ କୌଣସି ଭଙ୍ଗାରୁଜା ହୋଇନାହିଁ; ସମ୍ପୂର୍ଣ୍ଣ ଘଟଣାଟି ସଲ୍ଟ ଲେକ୍ ଷ୍ଟାଡିୟମରେ ସୀମିତ ଥିଲା।
ସେ ଆହୁରି କହିଛନ୍ତି ଘଟଣାରେ ଦାୟୀ ସମସ୍ତ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ। ସେମାନଙ୍କ ଉପରେ ସମସ୍ତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଖ୍ୟ ଆୟୋଜକ ସତଦ୍ରୁ ଦତ୍ତଙ୍କୁ ଅଟକ ରଖାଯାଇଛି। ସମସ୍ତ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ଏକ ବିସ୍ତୃତ କମିଟି ମଧ୍ୟ ଘଟଣା ଉପରେ ସମୀକ୍ଷା କରିବ।
ପୋଲିସ ଏହା ମଧ୍ୟ କହିଛି ଯେ ସେଠାରେ ଘଟିଥିବା ଘଟଣା ପାଇଁ ପ୍ରଶଂସକ ବ୍ୟଥିତ। ପ୍ରଶଂସକଙ୍କୁ ହାତ ହଲାଇ ମେସିଙ୍କୁ ଛାଡିବା ଯୋଜନା ନଥିଲା। ସରକାର ଏକ ତଦନ୍ତ କମିଟି ଗଠନ କରିଛନ୍ତି ଏବଂ ଘଟଣାର ତଦନ୍ତ କରୁଛନ୍ତି। ଆୟୋଜକମାନେ ଲିଖିତ ଭାବରେ ଦେଇଛନ୍ତି ଯେ ସେମାନେ ବିକ୍ରି ହୋଇଥିବା ଟିକେଟ୍ ଫେରସ୍ତ କରିବେ। ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ଅଛି। କୋଲକାତା ଏକ ଭାବପ୍ରବଣ ସ୍ଥାନ। ପ୍ରଶଂସକମାନେ ଆଶା କରୁଥିଲେ ମେସି କିଛି ସମୟ ଖେଳିବେ। ମୁଖ୍ୟ ଆୟୋଜକଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଏହି ଭୁଲ ପରିଚାଳନା ପାଇଁ ଆୟୋଜକମାନେ ଯେପରି ଦଣ୍ଡିତ ହୁଅନ୍ତି ଏବଂ ପ୍ରଶଂସକମାନେ ଟଙ୍କା ଫେରସ୍ତ ପାଆନ୍ତି ସେଥିପାଇଁ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।