ଭାରତୀୟ ସେନା ପାକିସ୍ଥାନର ଦୁଇ ଲଢ଼ୁଆ ବିମାନ ଯଥାକ୍ରମେ J-17ଓ F-16କୁ ସଫଳତାର ସହ ଆକାଶରୁ ଖସାଇ ଦେଇଛନ୍ତି । ପାକିସ୍ଥାନୀ F-16 ଲଢ଼ୁଆ ବିମାନର ପାଇଲଟ୍ ଭାରତୀୟ ସେନଙ୍କ ହାତରେ ଜୈସାଲ୍ମୈର୍ ଠାରେ ଧରା ପଡିଛନ୍ତି ।
ରିପୋର୍ଟ ମୁତାବକ ବର୍ଡର ସିକ୍ୟୁରିତି ଫୋର୍ସ ବା ବିଏସଏଫର କ୍ୱିକ୍ ରେସ୍ପନ୍ସ ଟିମ୍ ଏହି ପାଇଲଟ୍ ଙ୍କୁ ଧରିବାରେ ସଫଳ ହୋଇଛନ୍ତି । ପାଇଲଟଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ କରାଯାଇନାହିଁ ।
ଭାରତର ବିଭିନ୍ନ ମୁଖ୍ୟ ସ୍ଥାନ ଉପରେ ଟାର୍ଗେଟ କରି ପାକିସ୍ଥାନର ଆକ୍ରମଣ ଯୋଜନା ବିଫଳ ହୋଇଛି । ରାଜସ୍ଥାନ, ପଞ୍ଜାବ, ଜମ୍ମୁ ଓ କାଶ୍ମରରେ ପାକିସ୍ଥାନର ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି ।
ଭାରତର ପ୍ରମୁଖ ସ୍ଥାନ ଯେପରି ଜମ୍ମକାଶ୍ମୀର ଏୟାରପୋର୍ଟ, ଉଦ୍ଦମପୂର୍ ଠାରେ ସେନା କ୍ୟାମ୍ପ, ଅକ୍ଷ୍ମୂର୍, ପଠାନକୋଟ ଓ ଜେଇସଲ୍ମେର ଭଳି ସ୍ଥାନକୁ ଟାର୍ଗେଟ କରି ଆକ୍ରମଣ ଆରମ୍ଭ କରିଥିଲା ପାକିସ୍ଥାନ। ମାତ୍ର ଭାରତୀୟ ପ୍ରତିରକ୍ଷା ବାହିନୀର S-400 ପ୍ରମୁଖ ଭୂମିକା ଗ୍ରହଣ କରି ସବୁ ଡ୍ରୋନ ଆକ୍ରମଣକୁ ନିଷ୍କ୍ରିୟ କରିଛି ।
ବର୍ତମାନ ମିଳୁଥିବା ସୂଚନା ମୁତାବକ ଜମ୍ମୁ କାଶ୍ମୀର ୟୁନିଭ୍ସିତି ନିକଟରେ ଦୁଇଟି ଡ୍ରୋନକୁ ନିପାତ କରାଯାଇଥିବା ବେଳେ କଚ୍ଛ ନିକଟରେ ଶତ୍ରୁ ଡ୍ରୋନ ଦେଖିବାକୁ ମିଳିଛି।