ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ଏନଏଚ ୪୯ରେ ସଡ଼କ ଦୁର୍ଘଟଣା ଘଟିଛି । ବସ ସହିତ କଣ୍ଟେନର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବସ ହେଲପର ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ଝୁନା ନାମକ ଏକ ଘରୋଇ ବସ ବାଙ୍କୀ ବିଜତଳାରୁ ବରଯାତ୍ରୀକୁ ନେଇ ଖୁଣ୍ଟା ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ବସଟି ଦ୍ୱାରସୁଣୀ ଘାଟିରୁ ଓହ୍ଲାଇବା ପରେ ବାଙ୍ଗିରିପୋଷି ଅଭିମୁଖେ ଆସୁଥିବା ଏକ କଣ୍ଟେନରକୁ ସାମ୍ନା ପଟୁ ଧକ୍କା ଦେଇଥିଲା। ତେବେ ବସରେ ବସିଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ ସୁରକ୍ଷିତ ଅଛନ୍ତି କିନ୍ତୁ ହେଲପର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଙ୍ଗିରିପୋଷି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର ସହ ଅଧିକ ତଦନ୍ତ ଆରମ୍ଭ କରିଛି।